ବଲାଙ୍ଗୀର, ୧୩ ଅକ୍ଟୋବର(ହି.ସ.) – ବଲାଙ୍ଗୀର ଜିଲ୍ଲାସ୍ତରୀୟ ବିଦ୍ୟାଳୟସ୍ତରୀୟ ସ୍କୁଲ ସମୂହ ଥାଙ୍ଗଟା ପ୍ରତିଯୋଗିତା ସଇଁତଲା ବ୍ଲକରର ଧରବଗଡ଼ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି, ସତର ବର୍ଷରୁ କମ ବାଳକ, ବାଳିକାଙ୍କ ପାଇଁ ଆୟୋଜିତ ଏହି ପ୍ରତିଯୋଗିତାଟି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳମଣି ମେହେର ଓ ବ୍ଲକ ସମ୍ପାଦିକା ଶ୍ରୀମତୀ ରଞ୍ଜିତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ସଭାର ସଭାପତି ପ୍ରବୀର ପଣ୍ଡା, ମୁଖ୍ୟଅତିଥି ଭାବରେ ରାଜ୍ୟ ଥାଙ୍ଗଟାର ସଭାପତି ଡ଼କ୍ଟର ଜ୍ଞାନ ରଞ୍ଜନ ମହାନ୍ତି ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଯୋଶୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ବିଏସ୍ଏସ୍ଏର ବ୍ଲକ ସମ୍ପାଦକ ରଞ୍ଜିତା ମିଶ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳମଣି ମେହେର ମଂଚାସୀନ ଥିଲେ ଏହି ଖେଳକୁ କନଭେନେର ସୁଶାନ୍ତ ନାଗ ଓ ଚନ୍ଦ୍ର ଶେଖର ବାହୁକ ଖେଳ ପରିଚାଳନା କରିଥିଲେ, ଏହି ଅବସରରେ ଗତବର୍ଷ ଜାତୀୟ ଥାଙ୍ଗଟାରେ ଯୋଗଦେଇଥିବା ଖେଳାଳିମାନଙ୍କୁ ସମ୍ମାନିତ କରିବା ସହ ବ୍ଲକର ପ୍ରଧାନ ଶିକ୍ଷକମାନଙ୍କୁ ସାନମାନିତା କରାଯାଇଥିଲା ବିଦ୍ୟାଳୟର ସମସ୍ତ ସହ କର୍ମୀଙ୍କ ସହଯୋଗରେ ଏହା ସଫଳ ହୋଇଥିଲା ଏଥିମଧ୍ୟରୁ୧୨ ଜଣ ଖେଳାଳି ବଲାଙ୍ଗୀରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଥାଙ୍ଗଟାରେ ଭାଗ ନେବାପାଇଁ ଚୟନ କରାଯାଇଥିଲା, ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ସମସ୍ତ ଖେଳ ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ କରିଥିବାବେଳେ ଧରାବଗଡ଼ ବିଦ୍ୟାଳୟର ସମସ୍ତ ସହକର୍ମୀଙ୍କ ପରିଶ୍ରମ ଓ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ