ଗୋଟିଏ ବିଦ୍ୟୁତ୍ ଖୁଣ୍ଟ ପାଇଁ ୪ ବର୍ଷ ହେଲା ବ୍ଯବହାର ହେଉନି ୭ କୋଟି ଟଙ୍କାର ପୋଲ, ହଟାଇବାକୁ ୪ ଲକ୍ଷ ଖର୍ଚ୍ଚ ହେବ: ବିଦ୍ୟୁତ୍ ବିଭାଗ
Electry pole obstacles road cunstroction
ଗୋଟିଏ ବିଦ୍ୟୁତ୍ ଖୁଣ୍ଟ ପାଇଁ ୪ ବର୍ଷ ହେଲା ବ୍ଯବହାର ହେଉନି ୭ କୋଟି ଟଙ୍କାର ପୋଲ, ହଟାଇବାକୁ ୪ ଲକ୍ଷ ଖର୍ଚ୍ଚ ହେବ: ବିଦ୍ୟୁତ୍ ବିଭାଗ


କନ୍ଧମାଳ , ୧୩ ଅକ୍ଟୋବର (ହି.ସ.) - ଦୀର୍ଘ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲ୍ଲା ରେ ଗମନାଗମନର ଅସୁବିଧା ପିଛା ଛାଡୁନି । ସେଥିପାଇଁ କେଉଁଠି ପ୍ରସ୍ତୁତି ରାସ୍ତା ରେ ପ୍ରସବ କରୁଛି ତ ଆଇ କେଉଁଠି ଗୁରୁତ୍ତର ରୋଗୀ, ସ୍ବାସ୍ଥ୍ୟ ସେବା ନ ପାଇ ଅକାଳରେ ଜୀବନ ହାରୁଛନ୍ତି । କେଉଁଠି ରାସ୍ତା ହୋଇ ପାରୁନାହିଁ ତ ଆଉ କେଉଁଠି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ପୋଲ ଓ ରାସ୍ତା କାମ ସରିଥିଲେ ମଧ୍ୟ ସାମାନ୍ୟ କାମ ଯୋଗୁଁ ଲୋକେ ବ୍ଯବହାର କରି ପାରୁନାହାନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଲଣ୍ଡା ଗାଁ ରେ ଖଡଗ ନଦୀ ଉପରେ, କାର୍ନିବେଡା ଠାରୁ ମେରିଆଖୁଣ୍ଟି ପର୍ଯ୍ୟନ୍ତ ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ, ତିଆରି ହୋଇଥିବା ଏକ ପୋଲର ଆପ୍ରୋଚ୍ ରୋଡ ତିଆରି ନ ହୋଇ ନ ପାରିବାରୁ ଦିର୍ଘ ପ୍ରାୟ ୫ ବର୍ଷ ହେଲା ୬ କୋଟି ୯୬ ଲକ୍ଷ ଟଙ୍କା ରେ ନିର୍ମିତ ପୋଲ କୁ ବ୍ଯବହାର କରି ପାରୁନାହାନ୍ତି ସେହି ଅଞ୍ଚଳ ହଜାର ହଜାର ଗ୍ରାମବାସୀ। ଯାହା ଦ୍ବାରା ସେଠାରେ ପୋଲ ନିର୍ମାଣ ପୁର୍ବରୁ ଲୋକେ ଯେଉଁ ଯାତାୟତ ଜନିତ ଅସୁବିଧା ର ସମ୍ମୁଖୀନ ହେଉଥିଲେ, ଯଥା ପୁର୍ବଂ ତଥା ପରଂ ରୀତି ରେ ହଇରାଣ ହରକତ ହେଉଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ପୋଲ ନିର୍ମାଣ ପରେ ଆପ୍ରୋଚ୍ ରୋଡ ନିର୍ମାଣ ପାଇଁ ରାସ୍ତା ମଝିରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ହଟାଇବା ପାଇଁ ନିର୍ମାଣକାରୀ ସଂସ୍ଥା ମା ଭଗବତୀ କନଷ୍ଟ୍ରକସନ୍ ବିଦ୍ୟୁତ୍ ବିଭାଗ କୁ ଜଣାଇବା ପରେ ବିଭାଗ ପକ୍ଷରୁ, ଖୁଣ୍ଟ ହଟାଇବା ପାଇଁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିବା ଜଣାପଡିଛି। ତେବେ ସର୍ବସାଧାରଣଙ୍କ ସୁବିଧା ଓ ସ୍ବାର୍ଥ ରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନାରେ ନିର୍ମିତ ସଡକ ଓ ପୋଲ ନିର୍ମାଣ ସମ୍ପୁର୍ଣ୍ଣ କରିବା ପାଇଁ ରାସ୍ତା ମଝିରେ ଥିବା ସରକାରୀ ବିଦ୍ୟୁତ୍ ଖୁଣ୍ଟ ହଟାଇବା ପାଇଁ ଜଦି ୪ ଲକ୍ଷ ଟଙ୍କା ଆବଶ୍ୟକ ତେବେ ପୋଲ ଓ ରାସ୍ତା ନିର୍ମାଣ ଖର୍ଚ୍ଚ ଅଟକଳ ରେ ଏହି ଖର୍ଚ୍ଚ ର ପ୍ରାବଧାନ ରଖାଯିବା ଆବଶ୍ୟକ ଥିଲା। ନତୁବା ଜିଲ୍ଲା ପ୍ରଶାସନ କିମ୍ବା ସରକାରଙ୍କ ନିର୍ଦ୍ଦେଶ ରେ ଏହି ଖୁଣ୍ଟ କୁ ହଟାଇବା ଆବଶ୍ୟକ ଥିଲା। ଯାହା ଦ୍ବାରା ପୋଲ ଓ ରାସ୍ତା ନିର୍ମାଣ ର ଦିର୍ଘ ବର୍ଷ ପର୍ଯ୍ୟନ୍ତ ଲୋକେ ଏହାକୁ ବ୍ଯବହାର କରିବାରୁ ବଞ୍ଚିତ ହୁଅନ୍ତେ ନାହିଁ ବୋଲି ଅଞ୍ଚଳ ର ଲୋକେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande