ବଲାଙ୍ଗିର ଜିଲ୍ଲାରେ ନିର୍ଭରଯୋଗ୍ୟ ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ତିନୋଟି ନୂତନ ୩୩ କେ.ଭି ଲାଇନ କାର୍ଯ୍ୟକ୍ଷମ
 ତିନୋଟି ନୂତନ ଫିଡର ହେଉଛି ଆଗଲପୁର, ଲୋଇସିଂହା ଏବଂ ସାଲେଭଟା ।  ଏହି ତିନୋଟି ନୂତନ ଫିଡର ବଲାଙ୍ଗିର ଜିଲ୍ଲାର ୩୩,୦୦୦ରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଉପକୃତ କରିବ।  ଏହି ପ୍ରକଳ୍ପ ପାଇଁ କମ୍ପାନୀ ପକ୍ଷରୁ ପ୍ରାୟ ୬.୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଅଛି ।
ବଲାଙ୍ଗିର ଜିଲ୍ଲାରେ ନିର୍ଭରଯୋଗ୍ୟ ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ତିନୋଟି ନୂତନ ୩୩ କେ.ଭି ଲାଇନ କାର୍ଯ୍ୟକ୍ଷମ


ବଲାଙ୍ଗିର ଜିଲ୍ଲାରେ ନିର୍ଭରଯୋଗ୍ୟ ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ତିନୋଟି ନୂତନ ୩୩ କେ.ଭି ଲାଇନ କାର୍ଯ୍ୟକ୍ଷମ


ବଲାଙ୍ଗିର ଜିଲ୍ଲାରେ ନିର୍ଭରଯୋଗ୍ୟ ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ତିନୋଟି ନୂତନ ୩୩ କେ.ଭି ଲାଇନ କାର୍ଯ୍ୟକ୍ଷମ


ବଲାଙ୍ଗିର, 13 ଅକ୍ଟୋବର (ହି.ସ.)

ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପ୍ରାୟ ୬.୫ କୋଟି ଟଙ୍କା ମୂଲ୍ୟରେ ବଲାଙ୍ଗିର ଜିଲ୍ଲା ପାଇଁ ତିନୋଟି ନୂତନ ୩୩ କେ.ଭି. ଫିଡର୍ ଲାଇନ ସଫଳତାର ସହ କାର୍ଯ୍ୟକ୍ଷମ କରାଯାଇଅଛି । ଏହି ଫିଡର ଲାଇନଗୁଡ଼ିକ ବଲାଙ୍ଗିର ଜିଲ୍ଲାର ରାମପୁରର ଆଗଲପୁର ସ୍ଥିତ ଓଡ଼ିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ ଲିମିଟେଡ୍ ର ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ୧୩୨/୩୩ କେ.ଭି. ଗ୍ରୀଡ୍ ସବଷ୍ଟେସନ୍କୁ ସଂଯୋଗ କରୁଅଛି । ଏହି ନୂତନ ୩୩ କେ.ଭି. ଫିଡର ଲାଇନଗୁଡ଼ିକ ସ୍ଥାନୀୟ ଅଞ୍ଚଳର ହଜାର ହଜାର ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ସୁନିଶ୍ଚିତ କରି ବିକଳ୍ପ ବିଦ୍ୟୁତ୍ ଯୋଗାଣ ପ୍ରଦାନ କରିବ ।

ଏହି ତିନି ନୂତନ ଫିଡର ଲାଇନ୍ ଆଗଲପୁର, ଲୋଇସିଂହା ଏବଂ ସାଲେଭଟା ଏବେ ଚାର୍ଜିଂ ପାଇଁ ପ୍ରସ୍ତୁତ କରାଯାଇଅଛି । ଆଗଲପୁର ଫିଡର ଲାଇନଟି ଆଗଲପୁର, ଭରସୁଜା, ଭଦ୍ରା ଏବଂ ଚେରୁପାଲି ଅଞ୍ଚଳକୁ ଏକ ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା କରିବ । ଯାହା ଦ୍ୱାରା ପ୍ରାୟ ୧୪ ହଜାର ପରିବାର ଏବଂ ୩ଟି ଶିଳ୍ପକୁ ଲାଭପ୍ରଦ ହେବେ । ଲୋଇସିଂହା ଫିଡରଟି ଲୋଇସିଂହା ଏବଂ ଛତାମାଖାନାକୁ ଯୋଗାଣକୁ ସୁଦୃଢ଼ କରିବ, ଯାହା ପ୍ରାୟ ୧୦,୦୦୦ ପରିବାର ଏବଂ ଗୋଟିଏ ଶିଳ୍ପକୁ ସହାୟତା ହେବ । ସେହିପରି, ସାଲେଭଟା ଫିଡରଟି ସାଲେଭଟା ଏବଂ କୁଟାସିଂହା ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ କରିବ, ଯାହା ପ୍ରାୟ ୯,୦୦୦ ପରିବାର ଏବଂ ୩ଟି ଶିଳ୍ପକୁ ଲାଭ ପହଞ୍ଚିାଇବ ।

ଏହି ଫିଡର୍ ଲାଇନଗୁଡ଼ିକର ସମାପ୍ତି ଏବଂ କାର୍ଯ୍ୟକ୍ଷମ ବିଷୟରେ ସନ୍ତୋଷ ପ୍ରକାଶ କରି ଟିପିଡବ୍ଲୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “ଆଗଲପୁରଠାରେ ଓପିଟିସିଏଲ୍ ପକ୍ଷରୁ ନୂତନ ଗ୍ରୀଡ୍ ଷ୍ଟେସନର ନିର୍ମାଣ ସହିତ ସ୍ଥାନୀୟ ଅଞ୍ଚଳକୁ ବିଦ୍ୟୁତ୍ ବିତରଣ ପାଇଁ ଆମେ ମଧ୍ୟ ଏହି ତିନୋଟି ନୂତନ ୩୩ କେ.ଭି ଫିଡର ଲାଇନ୍ ସହ ପ୍ରସ୍ତୁତ ଅଛୁ । ଏହି ପ୍ରମୁଖ ଅପଗ୍ରେଡେସନ୍ ଦ୍ୱାରା ନିର୍ଭରଯୋଗ୍ୟ ବିଦ୍ୟୁତ୍ ସେବା ସ୍ଥାନୀୟ ଶିଳ୍ପଗୁଡ଼ିକୁ ସମର୍ଥନ କରିବ ଏବଂ ବଲାଙ୍ଗିର ଜିଲ୍ଲାରେ ୩୩,୦୦୦ରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଲାଭ ପ୍ରଦାନ କରିବ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande