କୋଲକାତା, ୧୩ ଅକ୍ଟୋବର (ହି.ସ.)। ଦୁର୍ଗାପୁରରେ ଏକ ମେଡିକାଲ ଛାତ୍ରୀଙ୍କୁ ନିର୍ମମ ଭାବରେ ସାମୂହିକ ଦୁଷ୍କର୍ମ କରାଯାଇଥିବା ଘଟଣାରେ ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ଏପର୍ଯ୍ୟନ୍ତ ମୋଟ ଚାରି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ତେବେ ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ରହିଛି ।
ଗିରଫ ହୋଇଥିବା ଚତୁର୍ଥ ଅଭିଯୁକ୍ତ ସ୍ଥାନୀୟ ବାସିନ୍ଦା ହେବା ସତ୍ତ୍ୱେ, ପୋଲିସ ତାଙ୍କ ନାମ ଖୁଲାସା କରି ନାହିଁ । ରବିବାର ପୋଲିସ ଶେଖ ରିଆଜୁଦ୍ଦିନ, ଅପୁ ବାଉରି ଏବଂ ଫିରଦୌସ ଶେଖ ନାମକ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ତିନିଜଣଙ୍କୁ ଦୁର୍ଗାପୁର ଆଦାଲତରେ ହାଜର କରି ପୋଲିସ ୧୦ ଦିନର ରିମାଣ୍ଡ ନେଇଛି।
ପୋଲିସ ସୂତ୍ରୁରୁ ପ୍ରକାଶ ଯେ ଆଦାଲତରେ ତିନିଜଣ ଅଭିଯୁକ୍ତଙ୍କୁ ହାଜର କରିବା ପରେ ପୋଲିସ କଲେଜ ନିକଟସ୍ଥ ଝାଡ଼ି ଅଞ୍ଚଳରେ ଡ୍ରୋନ୍ ସହାୟତାରେ ତଲାଶି ଅଭିଯାନ ଚାଲାଇ ଚତୁର୍ଥ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ କହିଛି ଯେ ଘଟଣାରେ ମୁଖ୍ୟ ପାଞ୍ଚ ଅଭିଯୁକ୍ତ ମଧ୍ୟରୁ ଚାରି ଜଣଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟ ଜଣଙ୍କ ତଲାଶ ଜୋରଦାର କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ