ରେଙ୍ଗାଲି ବ୍ଲକରେ ଜନ ଅଭିଯୋଗ ଶୁଣାଣୀ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକୁ ତଦାରଖ କଲେ ଜିଲ୍ଲାପାଳ
ସମ୍ବଲପୁର, ୧୩ ଅକ୍ଟୋବର(ହି.ସ.) – ଆଜି ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ସମ୍ବଲପୁର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନେଇ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ମୋଟ ୫୬ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସେଥିମଧ୍ୟରୁ ୩୪ଟି ଅଭିଯୋଗ ଆବେଦନ ବ୍ୟକ୍ତି
ରେଙ୍ଗାଲି ବ୍ଲକରେ ଜନ ଅଭିଯୋଗ ଶୁଣାଣି, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକୁ ତଦାରଖ କଲେ ଜିଲ୍ଲାପାଳ


ରେଙ୍ଗାଲି ବ୍ଲକରେ ଜନ ଅଭିଯୋଗ ଶୁଣାଣି, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକୁ ତଦାରଖ କଲେ ଜିଲ୍ଲାପାଳ


ରେଙ୍ଗାଲି ବ୍ଲକରେ ଜନ ଅଭିଯୋଗ ଶୁଣାଣି, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକୁ ତଦାରଖ କଲେ ଜିଲ୍ଲାପାଳ


ସମ୍ବଲପୁର, ୧୩ ଅକ୍ଟୋବର(ହି.ସ.) – ଆଜି ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟ ପରିସରରେ ସମ୍ବଲପୁର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନେଇ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ମୋଟ ୫୬ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସେଥିମଧ୍ୟରୁ ୩୪ଟି ଅଭିଯୋଗ ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୭ଟି ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା। ୦୮ଟି ଅଭିଯୋଗ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଠାରେ ସମାଧାନ କରା ଯାଇଥିଲା। ସିଏମଆରଏଫ୍ ଅଧୀନରେ ୦୩ ଜଣଙ୍କୁ ସମୁଦାୟ ୭୫ ହଜାର ଟଙ୍କା ଏବଂ ରେଡକ୍ରସ ଅଧୀନରେ ୨ ଜଣଙ୍କୁ ସମୁଦାୟ ୧୪ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ଆଜିର ଜନଶୁଣାଣି ପରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ରେଙ୍ଗାଲିର ଆରସି ନଗର ସ୍ଥିତ କୀର୍ତନ ମଣ୍ଡପର ନିର୍ମାଣ କାର୍ଯ୍ୟ, ପୁଷ୍ପାଞ୍ଜଳି ମେହେରଙ୍କ ସିଂହବାହିନୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ରଜନୀ ମେହେରଙ୍କ ସ୍ୱରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀର ହସ୍ତତନ୍ତ କାର୍ଯ୍ୟ, ଲାଇକାନି ବନ୍ଧର ଅମୃତ ସରୋବର ଓ ଗୋଲାମାଲ ସ୍ଥିତ ସମଲେଇ ମନ୍ଦିରର ମରାମତି ଓ ପୁନଃନିର୍ମାଣ କାର୍ଯ୍ୟ, ଅର୍ଜୁନ ରୋହିଦାସଙ୍କ ସମନ୍ୱୟ ଚାଷ, ସାବିତ୍ରୀ ମହିଲା ଓ ସୁକୁର୍ତା ବଗର୍ତୀଙ୍କ ସ୍ୱୟଂ ସହାୟକ ଗୋଷ୍ଠୀର ବାୟୋଫ୍ଲକ ପ୍ରକଳ୍ପ, ଝାଙ୍କରପାଲି ସ୍ଥିତ ସାବିତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀ ର ପ୍ରୋସେସିଂ ମିଲ, ଝାଙ୍କରପାଲି ମାର୍କେଟ କମ୍ପେ୍ଲକ୍ସ ପରିଦର୍ଶନ କରି ଅନେକ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ। ଶେଷରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହିତ ସାକ୍ଷାତ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଜାରି କାର୍ଯ୍ୟ ଗୁଡ଼ିକୁ କ୍ଷିପ୍ର ଗତିରେ କରିବା ପାଇଁ ଉତ୍ସାହିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande