ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ଜୟପୁର, 13 ଅକ୍ଟୋବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଫାମ୍ପୁଣି ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ଜୟପୁର ଏବିଡିଓ ମନୋଜ ନାୟକ, ସହକାରି ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ, ପ୍ରୋଗ୍ରାମ ଅାସିଷ୍ଟାଣ୍ଟା ସସ୍ମିତା ପରିଡା ଉପସ୍
ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣି ଅନୁଷ୍ଟିତ


ଜୟପୁର, 13 ଅକ୍ଟୋବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ଫାମ୍ପୁଣି ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ଜୟପୁର ଏବିଡିଓ ମନୋଜ ନାୟକ, ସହକାରି ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ, ପ୍ରୋଗ୍ରାମ ଅାସିଷ୍ଟାଣ୍ଟା ସସ୍ମିତା ପରିଡା ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀ ମାନେ ବିଭାଗର ଅଧିକାରୀ ମାନଙ୍କୁ ସମସ୍ୟା ଅଭିଯୋଗ ଜଣାଇଥିଲେ । ରାସ୍ତା ନିର୍ମାଣ, ଅଙ୍ଗନବାଡୀ ନିର୍ମାଣ, ମରାମତି ସମସ୍ୟା ସମାଧାନ ବିଭିନ୍ନ ମୌଳିକ ସମସ୍ୟା ଅଭିଯୋଗର ଶୁଣାଣି ହୋଇଥିଲା । ଏହା ସହ ବିଭିନ୍ନ ସରକାରୀ ଯୋଜନା ର ଲାଭ କିପରି ପାଇବେ ସେ ନେଇ ଉପସ୍ଥିତ ଅଧିକାରିୀ ମାନେ ଉପସ୍ଥିତ ରହି ସଚେତନ କରିଥିଲେ । ରାବଣାଗୁଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫୁର ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande