ଜୟପୁର,, 13 ଅକ୍ଟୋବର (ହି.ସ.)କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ର ବାଦାମ ଚାଷୀ ଆଜି ଜୟପୁର ଭିଜିଲାନ୍ସ କାର୍ଯ୍ୟଳୟର ଦ୍ୱାରସ୍ତ ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି l ଚାଷୀ ବିକ୍ରୀ ବାଦାମର ଟଙ୍କା ପାଇ ନଥିବା ଅଭିଯୋଗ କରିଛନ୍ତି । ଅନେକ ଚାଷୀ ଲ୍ୟାମ୍ପରେ ପଞ୍ଜିକରଣକରି ମଧ ବିକ୍ରୀ କରି ପାରି ନାହାନ୍ତି । ଦଲାଲ ଓ ଭୁଲ ପଞ୍ଜିକରଣ କରିଥିବା ଡାଟା ଏଣ୍ଟ୍ରି ଅପରେଟର ଦ୍ୱାରା ଚାଷୀ ହନ୍ତସନ୍ତ ହେଉ ଥିବାଅଭିଯୋଗ କରିଛନ୍ତି । ଡିଇଓ ଏବଂ ମାର୍କଫେଡର ଷ୍ଟାଫ ମିଳିତ ଭାବେଏପରି କାର୍ଯ୍ୟକରି ଅର୍ଥ ଆତ୍ମସାତ କରି ଥିବା ଅଭିଯୋଗ ଆଣିଚିନାବାଦମ ଚାଷୀ ମାନେ ଜୟପୁର ଭିିଜିଲାନ୍ସ ଏସପିଙ୍କ ଦ୍ୱାରସ୍ଥହୋଇଛନ୍ତି । ପଞ୍ଜିକରଣ କରିବା ପରେ ଦିଆ ଯାଇ ଥିବାଟୋକୋନକୁ ନେଇ ଚାଷୀ ଏସପିଙ୍କ କାର୍ଯ୍ୟାଳୟରେ ପହଚିଂଥିଲେ ।ଏଏସପି ଅନନ୍ତ ମଲ୍ଲିକଙ୍କୁ ଭେଟି ଚିନାବାଦାନ ଦୁର୍ନିତିର ତଦନ୍ତ କରିବାପାଇଁ ଲିଖିତ ଅଭିଯୋଗ ପ୍ରଦାନ କରି ଥିଲେ । ଅଭିଯୋଗ ପତ୍ରରେଚାଷୀ ଦର୍ଶାଇଛନ୍ତି ଯେ , ବୈପାରିଗୁଡାରେ ଜୁଲାଇ ୨୨ ତାରିଖରେଚିନାବାଦମ ମଣ୍ଡି ଆରମ୍ଭ କରା ଯାଇ ଥିଲା । ମଣ୍ଡି ଖୋଲିବା ଜାଣିବାପରେ ଲ୍ୟାମ୍ପକୁ ଆଣି ଚିନାବାଦାମ ଡିଇଓ ମନୋଜ କୁମାର ନାୟକଙ୍କୁଦେଇ ଥିଲୁ । କିନ୍ତୁ ମାର୍କଫେଡର ଜଣେ କର୍ମଚାରୀ ଜେ ବିନୀତ କୁମାରଲ୍ୟାମ୍ପ୍ସରେ ଚିନାବାଦମ ନ କିଣି ଗାଁକୁ ଗାଁକୁ ଯାଇ ଚିନାବାଦମସଂଗ୍ରହ କରି ଜୟପୁର ନେଇ କ୍ରୟ କରି ଥିବା ଭଳି ଦର୍ଶାଇଛନ୍ତି । ଯେଉଁଚାଷୀ ମାନେ ଚିନାବାଦାମ ଚାଷ କରି ନାହାନ୍ତି ସେମାନଙ୍କ ନାଁ ପଞ୍ଜିକରଣକରିବା ଭଳି ଦର୍ଶାଇ କ୍ରୟ କରି ନେଇଛନ୍ତି । ଏବଂ କ୍ରୟ କରିବା ପରେ ଲକ୍ଷଲକ୍ଷ ଟଙ୍କା ଟଙ୍କା ତାଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଯାହାର ପ୍ରମାଣଅନଲାଇନ ଡାଟାରୁ ଜଣାପଡୁଛି ବୋଲି ଭିଜିଲାନ୍ସ ଅଧିକାରୀଙ୍କୁ
ଚାଷୀ ମାନେ ଜଣାଇ ଥିଲେ । ଅନଲାଇନରେ ପଠା ଯାଇ ଥିବା ପତ୍ର ସହସେମାନଙ୍କ ନାମ ଜଦା ରାମ ପ୍ରସାଦ , ବନସିଂ ମାଳି , ଏମ ନକାରାଜୁ ଏବଂ ଏମଅଶୋକ କୁମାର ବୋଲି ପ୍ରମାଣ ସ୍ୱରୁପ ଭିଜିଲାନ୍ସକୁ ପ୍ରଦାନକରିଛନ୍ତି ଚିନାବାଦାମ ଚାଷୀ । ଚାଷ ନକରି କେଉଁ ଠାରୁ ଏତେପରିମାଣର ଚିନାବାଦାମ ଅଣି ଲ୍ୟାମ୍ପ୍ସରେ ବିକ୍ରି କରି କେମିତିଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କା ହଡପ କରିଛନ୍ତି ତାହାର ତଦନ୍ତ କରିବାକୁଚାଷୀ ମାନେ ଦାବୀ କରି ଥିଲେ । ଗୋଟିଏ ପଟେ ଚାରି ଜଣଚିନାବାଦାମ ଚାଷୀ ନ ଥିବା ବେଳେ ସେମାନଙ୍କ ନାମକୁ ପଞ୍ଜିକରଣ କରିଚିନାବାଦାମ ବାହାନାରେ ଲକ୍ଷ ଲକ୍ଷ ଟଙ୍କା ଲ୍ୟାମ୍ପ୍ସ ଡିଇଓ ନାୟକଙ୍କସହାୟତାରେ ଜି ବିନିତ କୁମାର ହଡପ କରି ଥିବା ବିଷୟରେ ଚାଷୀସଦାଶିବ ମାଳି ଭିଜିଲାନ୍ସ ଅଧିକାରୀଙ୍କୁ ଅବଗତ କରାଇଛନ୍ତି । ପ୍ରାୟଚନା ବାଦାମ ଚାଷ କରି ନଥିବା ଚାଷୀଙ୍କ ଠାରୁ ମଣ୍ଡିରେ କ୍ରୟ କରିବାଭଳି ଦର୍ଶାଇ ୭ ଲକ୍ଷ ଟଙ୍କାରୁ ଅଧିକା ଟଙ୍କା ଆତ୍ମସାତ କରା ଯାଇ ଥିବାନେଇ ଭିଜିଲାନ୍ସ ବିଭାଗ ନିକଟରେ ଆଜି ଅଭିଯୋଗ କରା ଯାଇଛିା ଭିଜିଲାନ୍ସ ବିଭାଗ ଏହାକୁ ଗୁରୁତର ସହ ନେଇ ଅଭିଯୋଗ ପତ୍ରକୁଗ୍ରହଣ କରିଛନ୍ତି । ତେବେ ପ୍ରଥମେ ଏହାକ ପ୍ରାଥମିକ ତଦନ୍ତ କରା ଯିବାପରେ ଯାଇ ଭିଜିଲାନ୍ସ କେଶ ହେବ ବର୍ତମାନ କୈଣସି ପ୍ରକାରପ୍ରତିକ୍ରିୟା ଦେବାକୁ ଏଏସପି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି ।ଚଳିତ ବର୍ଷ ଜୁଲାଇ ୨୨ ରୁ ଅଗଷ୍ଟ ୧୫ ଯାଏ ଜିଲାରେ ଗୋଟିଏ ମାତ୍ରବୈପାରିଗୁଡା ଲ୍ୟାମ୍ସରେ ପ୍ରଥମ ଥର ପାଇଁ ଚିନାବାଦାମ ମଣ୍ଡି ଖୋଲାଯାଇ ଥିଲା । ମଣ୍ଡିରେ ଚାଷୀ ଅମଳ ଚନାବାଦମକୁ ବିକ୍ରୀ କରିବାପାଇଁ ପ୍ରଥମେ ଲ୍ୟାମ୍ପ୍ସକୁ ଆସି ରେଜିଷ୍ଟ୍ରସନ କରି ଥିଲେ । ଏହା ପରେଚାଷୀକୁ ଟୋକେନ ପ୍ରଦାନ କରା ଯାଇ ଥିଲା । ଚାଷୀଙ୍କ ଠାରୁ ଚିନାବାଦାମ କ୍ରୟ କରିବା ପରେ ତାକୁ ଜୟପୁର କେନ୍ଦ୍ର ପଣ୍ୟାଗାରଗୋଦାମକୁ ପଠାଇ ଦିଆ ଯାଇ ଥିଲା । ଅନ୍ୟ ଚାଷୀ ମାନଙ୍କ ଚିନାବାଦାମଲ୍ୟାମ୍ପରେ ରହି ଯାଇ ଥିଲା । ଚାଷୀଙ୍କ ନିକଟକୁ ଟଙ୍କା ଆସିବା ଆରମ୍ଭହେବା ପରେ ଜଣାପଡି ଥିଲା ଯେ , ବୈପାରିଗୁଡାର ୧୬୭ଜଣଙ୍କ ଚାଷୀଙ୍କଠାରୁ ଅଗଷ୍ଟ ୧୫ ସୁ୍ଦ୍ଧା ୨୨୩୦ . ୯୦ କ୍ୱିଣ୍ଟାଲ ଚିନାବାଦାମ କ୍ରୟ କରାଯାଇଛି । ପଞ୍ଜିକୃତ ୫୮ ଜଣ ଚାଷୀଙ୍କ ୭୦୦କ୍ୱିଣ୍ଟାଲ ଚିନାବାଦାମକୁକ୍ରୟ କରା ଯାଇ ନ ଥିବା ତଥ୍ୟ ପଦାକୁ ଆସି ଥିଲା । ଲ୍ୟାମ୍ପ୍ସରେଚିନାବାଦାମ ରଖି ଥିବା ଚାଷୀ ମାନେ ଟୋକୋନ ପାଇ ବିକ୍ରୀ କରିଛୁ
କାହିଁକି ଟଙ୍କା ମିଳିବ ନାହିଁ ବୋଲି ଜିଦ ଧରିବା ପରେ ପ୍ରକୃତ ସତ୍ୟାସତ୍ୟପଦାକୁ ଆସି ଥିଲା । ୫୮ଜଣ ପଞ୍ଜିକୃତ ଚାଷୀଙ୍କୁ ମାର୍କଫେଡ ଗ୍ରହଣକରୁ ନାହିଁ । ଏହି ଠାରୁ ବିବାଦ ଏଠାରୁ ସୃଷ୍ଟି ହୋଇଛି । ବର୍ତମାନ ୭୨ଜଣ ଚାଷୀ ଚିନାବାଦାମ ବିକ୍ରୀ କରି ପ୍ରାପ୍ୟ ପାଇ ପାରୁ ନଥିବା ନେଇଅଭିଯୋଗରେ ଦର୍ଶାଇଛନ୍ତି । ଲ୍ୟାମ୍ପ୍ସ ତରଫରୁ ଟୋକେନ ଦେଇ ୫୮ ଜଣଙ୍କଚାଷୀଙ୍କ ଚିନାବାଦାମ କ୍ରୟ କରା ଯାଇ ପାରି ନଥିବା ତଥ୍ୟ ସ୍ୱଷ୍ଟ ହୋଇଛି ।କିନ୍ତୁ ଭିଜିଲାନ୍ସରେ ୭୨ ଜଣ ଚାଷୀଙ୍କ ଚିନାବାଦାମ ବିକ୍ରି କରୁ ଥିବାଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥି ପୁର୍ୱରୁ ଚାଷୀ ମାନେଥାନାର ଦ୍ୱାରସ୍ଥ ହୋଇ ଲ୍ୟାମ୍ପ୍ସ କର୍ମଚାରୀଙ୍କ ବିରୁଦ୍ଧରେ ଲିଖିତଅଭିଯୋଗ କରି ଥିଲେ । ସେହି ପରି ଚାଷୀ ମାନେ ଚିନାବାଦାମ ବିକ୍ରୀଟଙ୍କା ପାଇ ନଥିବା ସହ ଡିଇଓ ଓ ମାର୍କଫେଡ କର୍ମଚାରୀ ମିଥ୍ୟା ଚାଷୀଙ୍କ ନାମପଞ୍ଜିକରଣ କରି ଟଙ୍କା ହଡପ କରା ଯାଇଛି ବୋଲି ଜୟପୁରଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଥିଲେ । ବର୍ତମାନ ଚିନାବାଦାମ ମଣ୍ଡିରେସରକାରୀ ଅର୍ଥର ହେରଫେର କରା ଯାଇ ଥିବା ବିଷୟରେ ଅଭିଯୋଗ କରିତଦନ୍ତ ଦାବୀ କରିଛନ୍ତି । ଆଜି ଭିଜିଲାନ୍ସ କାର୍ଯ୍ୟାଳୟକୁ ଗୌରହରିମାଳି , ଜଗନ୍ନାଥ ମାଳି , ବାବୁଲା ପଙ୍ଗି , ଜୟରାମ ମାଳି , ରାମଚନ୍ଦ୍ରବାରିକ , ଗୁପ୍ତ ରାଜୁ , ଘେନୁଆ ମାଝୀ ସମେତ ପ୍ରାୟ ୫୦ ରୁ ଉର୍ଧଚିନାବାଦାମ ଚାଷୀ ଅଭିଯୋଗ ପତ୍ର ପ୍ରଦାନ କରି ଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି