ଖାଳିଆମେଂଟା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ଘାଟଗାଁ, ୧୩ ଅକ୍ଟୋବର(ହି.ସ.) – କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ଖାଳିଆମେଂଟା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧନେଇ ସରକାରୀ ଉଚ୍ଚବିଦ୍ୟାଳୟ ରେ ସିଆରସିସି ଜଗନ୍ନାଥ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ବ
ଖାଳିଆମେଣ୍ଟା  କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ( ଫଟୋ)


ଘାଟଗାଁ, ୧୩ ଅକ୍ଟୋବର(ହି.ସ.) – କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ଖାଳିଆମେଂଟା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧନେଇ ସରକାରୀ ଉଚ୍ଚବିଦ୍ୟାଳୟ ରେ ସିଆରସିସି ଜଗନ୍ନାଥ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ବରାଳଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବରେ ସରପଂଚ ବୃନ୍ଦାବନ ଜେନା ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ତର୍କ, ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, ସୃଜନଶୀଳ ଲେଖନ, ସଙ୍ଗୀତ, ନୃତ୍ୟ ଓ ସାଧାରଣ ଜ୍ଞାନ ଆଦି ବିଭିନ୍ନ ବିଷୟରେ ପ୍ରତିଯୋଗିତା ହୋଇଥିଲା। ଏହି ସମସ୍ତ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ବ୍ଲକ୍‌ସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ଅଂଶଗ୍ରହଣ କରିପାରିବେ। ଏହି କାର୍ଯ୍ୟକ୍ରମରେ ବିଚାରକ ଭାବରେ ତପନ ଦାଶ, ଦିପ୍ତୀରଞ୍ଜନ ଜେନା, ମଣ୍ଡଳ ପଣ୍ଡା, ଲକ୍ଷ୍ମଣ ସୋରେନ, ଦେବାନନ୍ଦ ଜେନା, ପ୍ରଦିପ ପାତ୍ର ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande