କେନ୍ଦୁଝର, 13 ଅକ୍ଟୋବର (ହି.ସ.) ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାରରେ ପାଟଣା ଅଞ୍ଚଳ ର ବିଭିନ୍ନ ଶୈବ ପୀଠ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ପାଟଣା ଅଞ୍ଚଳର ସର୍ବ ପୁରାତନ ଶୈବ ପୀଠ ବାବା ଆନନ୍ଦେଶ୍ବର ମହାଦେବ ଙ୍କ ପୀଠରେ ପୂଜକ ପଣ୍ଡିତ ପର୍ଶୁରାମ ପଣ୍ଡା ପୂଜା କାର୍ଯ୍ୟ କରୁଛନ୍ତି।ସେହିପରି ପାଟଣା ର ପୁଣ୍ୟତୃୟା ବୈତରଣୀ ତଟରେ ଥିବା ପରମେଶ୍ବର ମହାଦେବ ପୀଠରେ ମଧ୍ଯ ଭିଡ଼ ଲାଗିଛି।ସ୍ବାମ ଶାସନର ସୋମେଶ୍ବର ମହାଦେବ,ମଲ୍ଲୀପଶି ମଲ୍ଲିକେଶ୍ବର ,ବାରିଗାଁ ଶୈବ ପୀଠ,ଏରେଣ୍ଡେଇ ଶିବ ମନ୍ଦିର, ଭୀମକୁଣ୍ଡର ଭିମେଶ୍ବର ମହାଦେବଙ୍କ ପୀଠରେ ଭିଡ଼ ଲାଗିଛି। ବାହାର ଅଞ୍ଚଳ ଏପରିକି ପଶ୍ଚିମବଙ୍ଗ, ଝାଡଖଣ୍ଡ ରା ରାଜ୍ୟରୁ ଆସୁଥିବା ପର୍ଯ୍ୟଟକ ପାଟଣା ର ପୁଣ୍ୟତୃୟା ବୈତରଣୀରେ ବୁଡ଼ ପକାଇ ଜିଲ୍ଲାର ଲ୍ଲାର ବି ବିଭିନ୍ନ ପର୍ଯ୍ୟଟନ ଅଞ୍ଚଳ ଏବଂ ରାଜ୍ୟର ବିଭିନ୍ନ ଦର୍ଶନୀୟ ସ୍ଥାନକୁ ଯାଇଥିବା ଦେଖା ଯାଇଥିଲା
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA