ଲେଖନପୁର ଗାଁ ରେ ଚଢାଉ ଲକ୍ଷାଧିକ ଟଙ୍କାର ବାଣ ଜବତ
ଖୋର୍ଦ୍ଧା, ୧୩ ଅକ୍ଟୋବର(ହି.ସ.) – ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଗାଁ ଠାରୁ ସହର ସବୁଠି ଦୀପାବଳିକୁ ଉତ୍ସାହ ସହ ପାଳନ କରିବାକୁ ଅପେକ୍ଷା କରିଛନ୍ତି। ଆଲୋକର ପର୍ବରେ ବାଣ ଫୁଟାଇବାର ରହିଛି ସ୍ୱତନ୍ତ୍ର ପଥା। କିନ୍ତୁ ବାଣ ଫୁଟିବା ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷଣ ହୋଇଥାଏ। ଏଥିରେ ରୋକ୍ ଲଗାଇବା ପ
ବାଣ


ଖୋର୍ଦ୍ଧା, ୧୩ ଅକ୍ଟୋବର(ହି.ସ.) – ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଗାଁ ଠାରୁ ସହର ସବୁଠି ଦୀପାବଳିକୁ ଉତ୍ସାହ ସହ ପାଳନ କରିବାକୁ ଅପେକ୍ଷା କରିଛନ୍ତି। ଆଲୋକର ପର୍ବରେ ବାଣ ଫୁଟାଇବାର ରହିଛି ସ୍ୱତନ୍ତ୍ର ପଥା। କିନ୍ତୁ ବାଣ ଫୁଟିବା ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷଣ ହୋଇଥାଏ। ଏଥିରେ ରୋକ୍ ଲଗାଇବା ପାଇଁ ଗାଁ ଗାଁରେ ବାଣ ତିଆରି କୁଟୀଳ ଶିଳ୍ପ ପାଲଟିଥିବା ସ୍ଥାନମାନଙ୍କରେ ପୁଲିସ ପକ୍ଷରୁ ରୀତିମତ ଚଢ଼ାଉ ଜାରି ରହିଛି। ବିଳମ୍ବିତ ରାତ୍ରିରେ ବାଘମାରୀ ପୋଲିସ ପକ୍ଷରୁ ବାଘମାରୀ ଥାନା ଅନ୍ତର୍ଗତ ଲେଖନପୁର ଗ୍ରାମରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ହାତ ତିଆରି ବାଣ ଜବତ କରାଯାଇଥିବା ଜଣାପଡ଼ିଛି। ଜବତ ବାଣଗୁଡ଼ିକୁ ଆଇନ ଅନୁଯାୟୀ ନଷ୍ଟ କରାଯିବ ପୋଲିସ ପକ୍ଷରୁ ସୂଚନା ମିଳିଛି। ଦୀପାବଳି ପୂର୍ବରୁ ବାଣ କାରବାର ଉପରେ ରୋକ୍ ଲଗାଇବା ପାଇଁ ଜିଲ୍ଲା ପୁଲିସର ପ୍ରୟାସ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର/ରାକେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande