ଭୁବନେଶ୍ୱର,13 ଅକ୍ଟୋବର (ହି.ସ.) ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଜନ୍ମ ଦିନରେ ବିଜେଡି ପକ୍ଷରୁ ଆୟୋଜନ କରାଯାଉଥିବା ପଦଯାତ୍ରାକୁ ଓହ୍ଲାଇବେ । ଏହି ସୂଚନା ଦେଇଛନ୍ତି ବିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ।
ସେ କହିଛନ୍ତି ଯେୋ ଅକ୍ଟୋବର 16 ରେ ଭୁବନେଶ୍ଵର ଗଙ୍ଗ ନଗର ୱାର୍ଡ ନମ୍ବର 52 ରେ ନବୀନ ପଟ୍ଟନାୟକ ଜନସମ୍ପର୍କ ପଦଯାତ୍ରା କରିବେ । ଏହି ଅବସରରେ ଦଳର କର୍ମୀ ମାନେ ନବୀନ ଙ୍କୁ ଜନ୍ମ ଦିନ ର ଶୁଭେଚ୍ଛା ଜଣାଇବେ। ଏନେଇ ଭୁବନେଶ୍ଵର ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏହାସହ ନବୀନ ଏସଓଏସ ଭିଲେଜ ଯାଇ ମିଷ୍ଟାନ୍ନ ବଣ୍ଟନ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ