ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ଓଡିଶା
ବଲାଙ୍ଗୀର, ୧୩ ଅକ୍ଟୋବର(ହି.ସ.) – ବ୍ଲକ ବେନ୍ଦ୍ରା ପଂଚାୟତ ଝାରବନ୍ଧଲି ଖେଳ ପଡିଆରେ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ। ବଲାଙ୍ଗୀର ଓ ସମ୍ବଲପୁର ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗୀର ଦଳ ବିଜୟ
ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ଓଡିଶା


ବଲାଙ୍ଗୀର, ୧୩ ଅକ୍ଟୋବର(ହି.ସ.) – ବ୍ଲକ ବେନ୍ଦ୍ରା ପଂଚାୟତ ଝାରବନ୍ଧଲି ଖେଳ ପଡିଆରେ ଏକ ଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ। ବଲାଙ୍ଗୀର ଓ ସମ୍ବଲପୁର ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗୀର ଦଳ ବିଜୟୀ ହୋଇଥିଲା। ଆଜିର ଏଇ ଖେଳରେ ଯୁବନେତା ଆକାଶ ମିଶ୍ର ମୁଖ୍ୟ ଅତିଥିଭାବେ ଓ ସାଲେଭଟା ଫାଣ୍ଡି ଅଧିକାରୀଙ୍କୁ ଭରତ ସାହୁ, ଜିଲ୍ଲା ପରିଷଦ ସଭ୍ୟା ବୀଣାପାଣି ଦାସ, ଉତମ ଭୋଇ, କୃପାସିନ୍ଧୁ ହରପାଳ, ରାମଗୋପାଳ ମଲ୍ଲିକ, ଯୁଧିଷ୍ଠିର ପଧାନ ସମ୍ମାନିତ ଅତିଥିଭାବେ ମଂଚାସୀନ ଥିଲେ । ରଘୁନାଥ ସେଠ ଓ ରଜା ମଣ୍ଡଳ ମ୍ୟାଚ କମିଶନର ଦାୟିତ୍ୱ ତୁଲେଇ ଥିଲେ ଓ କରୁଣା ପଧାନ, ସୁରେନ୍ଦ୍ର ସେଟ, ସୁରେଶ ନାଏକ, ବିକି ବିଶି ଖେଳ ପରିଚାଳନା କରିଥିଲେ। ଭବାନୀ ପଟନାୟକ ଧରାବିବରଣୀ ଦେଉଥିଲେ। ଦୁର୍ବାସା ସା, ସୁନୀଲ ରାଉତ, ସୁଶାନ୍ତ ମୁଦୁଲି ତଥା ଗ୍ରାମବାସୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande