ବିଭିନ୍ନ ପ୍ରକଳ୍ପର ଭିତି ପ୍ରସ୍ତର ଓ ଲୋକାର୍ପଣ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗରର ବିଧାୟକ ତଥା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଧାମନଗ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ଅନେକଗୁଡ଼ିଏ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିବାବେଳେ କିଛି ପ୍ରକଳ୍ପର ଲୋକାର୍ପଣ କରି
PRAKALPA LOKARPANA KALE UCHA SIKHYA MANTRI


ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗରର ବିଧାୟକ ତଥା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଧାମନଗ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ଅନେକଗୁଡ଼ିଏ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିବାବେଳେ କିଛି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସକାଳେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀ କଲ୍ୟାଣ ସମିତିର ବୈଠକରେ ଯୋଗ ଦେଇଥିଲେ। ଧାମନଗର ଅଂଚଳରେ ସ୍ୱାସ୍ଥ୍ୟସେବା, ରୋଗ ନିରାକରଣ, ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଛନ୍ନତା ଓ ସ୍ୱାସ୍ଥ୍ୟ ଭିତିଭୂମି ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଏହାସହ ଡାକ୍ତରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିଚାଳନା, ରୋଗୀଙ୍କୁ ସ୍ୱଚ୍ଛନ୍ଦରେ ସେବା ଯୋଗାଇଦେବା ଓ ଅତ୍ୟାବଶ୍ୟକ ଔଷଧ ଯୋଗାଇଦେବା ଲାଗି ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ ମନ୍ତ୍ରୀ। ଏହି ଅବସରରେ କାୟାକଳ୍ପ ପୁରସ୍କାର ବିତରଣ କରାଯାଇଥିଲା। ଧାମନଗର ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହ ପରିମଳ ବ୍ୟବସ୍ଥାକୁ ସକ୍ରିୟ କରିଥିବା କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ ମନ୍ତ୍ରୀ। ଅନୁଷ୍ଠିତ ବୈଠକରେ ଧାମନଗର ଏନ୍‌ଏସି ଅଧ୍ୟକ୍ଷା, ଧାମନଗର ବିଡିଓ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଉପସ୍ଥିତ ଥିଲେ । ସେହିପରି ପିଏମଶ୍ରୀ ଧାମନଗର ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧିନରେ ଭାଷା ପରୀକ୍ଷାଗାର ନିର୍ମାଣ ଲାଗି ଭିତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ। ପରେ ପରେ ପଧାନୀ ଛକଠାରେ ବିକଶିତ ଗାଁ ବିକଶିତ ଓଢ଼ିଶା ଯୋଜନାରେ ନିର୍ମାଣ ହେବାକୁ ଥିବା ପାଠାଗାରର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହାସହ ମନ୍ତ୍ରୀ ମୁକ୍ତେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭିତିଭୂମି ବିକାଶ ପ୍ରକଳ୍ପର ଶିଳାନ୍ୟାସ ଓ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରିଥିଲେ। ପରେପରେ ନବନିର୍ମିତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଲୋକାର୍ପଣ କରାଯାଇଥିଲା। ଅପରାହ୍ଣରେ ସୋହଡ଼ା ପଞ୍ଚାୟତର ବେଦପୁର ଗାଁକୁ ପାନୀୟ ଜଳ ଯୋଗାଣ ଲାଗି ଓଭର ହେଡ୍ ପାଣି ଟାଙ୍କି ନିର୍ମାଣ ଲାଗି ଭିତି ପ୍ରସ୍ତର ସ୍ଥାପନ କରିଥିଲେ ସୂରଜ। ଏହାଫଳରେ ଦୀର୍ଘଦିନ ଧରି ପାନୀୟ ଜଳ ନେଇ ଥିବା ସମସ୍ୟାର ସମାଧାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହାପରେ ବେଦପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଲୋକାର୍ପଣ ମଧ୍ୟ କରିଥିଲେ ମନ୍ତ୍ରୀ। ସଂଧ୍ୟାରେ ଆନନ୍ଦପୁର ପଂଚାୟତରେ ପହଂଚି ଉତେଇପୁର ଜଗନ୍ନାଥ ମନ୍ଦିରରେ ସଂଧ୍ୟା ଆଳତି କରିବା ସହ ମହାପ୍ରଭୁଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭ ଦେଇଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତବେଳେ ପଧାନି ଓ ଆନନ୍ଦପୁରଠାରେ ମିଶ୍ରଣ ପର୍ବ ମଧ୍ୟ ହୋଇଥିଲା। ଅନ୍ୟ ଦଳର ବହୁ କର୍ମୀ ଆସି ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସେମାନଙ୍କୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande