ପୁରୁଷଣ୍ଢ ସମବାୟ ସମିତିର ସାଧାରଣ ସଭା
ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ଆଗରପଡା ପୁରୁଷଣ୍ଢ ସେବା ସମବାୟ ସମିତିର ୫୬ ତମ ବାର୍ଷିକ ସାଧାରଣ ସଭା ଆଜି ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମିତି ସଭାପତି ତଥା ଜିଲ୍ଲା ବିଜେଡି ଉପ-ସଭାପତି ପ୍ରଶାନ୍ତ ଦାଶ ଆୟୋଜିତ ସଭାକୁ ସଭାପତିତ୍ୱ କରିଥିଲେ । ଏଥିରେ ବାଲେଶ୍ୱର-ଭଦ୍ରକ କେ
PURUSANDHA SAMABAYA SAMITI SADHARANA SABHA


ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ଆଗରପଡା ପୁରୁଷଣ୍ଢ ସେବା ସମବାୟ ସମିତିର ୫୬ ତମ ବାର୍ଷିକ ସାଧାରଣ ସଭା ଆଜି ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମିତି ସଭାପତି ତଥା ଜିଲ୍ଲା ବିଜେଡି ଉପ-ସଭାପତି ପ୍ରଶାନ୍ତ ଦାଶ ଆୟୋଜିତ ସଭାକୁ ସଭାପତିତ୍ୱ କରିଥିଲେ । ଏଥିରେ ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଶାଖା ପରିଚାଳକ ନିଶିକାନ୍ତ ମଣ୍ଡଳ ଯୋଗଦେଇ ଚାଷୀ ମାନଙ୍କୁ ବ୍ୟାଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗର ଲାଭ ନେବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ରାମଚନ୍ଦ୍ର ନାୟକ, ଗୋବିନ୍ଦ ଚନ୍ଦ୍ର ଶତପଥି, ରବିନ୍ଦ୍ର ଆଇଚ, ପୁରୁଷଣ୍ଢ ସରପଚଂ ପ୍ରକାଶ ବିଶ୍ୱାଳ, ସମିତି ଉପ-ସଭାପତି ଫାତିମା ବିବି, ସଭ୍ୟ ଉପେନ୍ଦ୍ର ପତି, ବାବୁରାମ ମଲ୍ଲିକ୍‌, ନୃସିଂହ ଖୁଟିଂଆ, ବିକ୍ରମ ନାୟକ, ସନ୍ତୋଷ ପରିଡା, ଜିତେନ୍ଦ୍ର ବେହେରା, ଧିରେନ୍ ଭୋଳ, ବିଷ୍ଣୁ ସାହୁ, ବୈକୁଣ୍ଠ ଜେନା, ଶ୍ରୀଧର ବଳ, ମନୋରଞ୍ଜନ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଭାରପ୍ରାପ୍ତ ସମ୍ପାଦକ ରାଜେନ୍ଦ୍ର ବେଜ୍ ବାର୍ଷିକ ବିବରଣୀ ପାଠ କରିଥିଲେ । କର୍ମଚାରୀ ଆଲୋକ ଭୂୟାଁ, ଶୁଭଲକ୍ଷ୍ମୀ ସାହୁ, ସନ୍ତୋଷ ଜେନା ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande