ଧାରଣା ଦେବେ ଧରଣୀଧର ବିଶ୍ୱବିଦ୍ୟାଳୟ ସାମୟିକ ଅଧ୍ୟାପକ
କେନ୍ଦୁଝର, ୧୩ ଅକ୍ଟୋବର (ହି.ସ.) - ଆସନ୍ତା କାଲି ଧରଣୀଧର ବିଶ୍ୱବିଦ୍ୟାଳୟର ସାମୟିକ ଅଧ୍ୟାପକ ମାନେ ଧାରଣା ଦେବେ ବୋଲି ଜଣାପଡିଛି। ପ୍ରକାଶ ଯେ ଉକ୍ତ ବିଶ୍ୱ ବିଦ୍ୟାଳୟରେ ୬୦ ଜଣ ଅଧ୍ୟାପକ ଦୁଇ ବର୍ଷ ହେବ କାର୍ଯ୍ୟରତ ଅଛନ୍ତି। କିନ୍ତୁ କିଛି ମାସ ହେବ ସମସ୍ତ ସାମୟିକ ଅଧ୍ୟାପକଙ୍କ ଦରମା ବନ୍ଦ କରଯାଇଛ
ଧାରଣା ଦେବେ ଧରଣୀଧର ବିଶ୍ୱବିଦ୍ୟାଳୟ ସାମୟିକ ଅଧ୍ୟାପକ


କେନ୍ଦୁଝର, ୧୩ ଅକ୍ଟୋବର (ହି.ସ.) - ଆସନ୍ତା କାଲି ଧରଣୀଧର ବିଶ୍ୱବିଦ୍ୟାଳୟର ସାମୟିକ ଅଧ୍ୟାପକ ମାନେ ଧାରଣା ଦେବେ ବୋଲି ଜଣାପଡିଛି। ପ୍ରକାଶ ଯେ ଉକ୍ତ ବିଶ୍ୱ ବିଦ୍ୟାଳୟରେ ୬୦ ଜଣ ଅଧ୍ୟାପକ ଦୁଇ ବର୍ଷ ହେବ କାର୍ଯ୍ୟରତ ଅଛନ୍ତି। କିନ୍ତୁ କିଛି ମାସ ହେବ ସମସ୍ତ ସାମୟିକ ଅଧ୍ୟାପକଙ୍କ ଦରମା ବନ୍ଦ କରଯାଇଛି। ଏହା ସହ ଗତ ଗୁରୁବାର ବିଶ୍ୱ ବିଦ୍ୟାଳୟର ଉପ କୁଳପତି ସମସ୍ତ ସାମୟିକ ଅଧ୍ୟାପକଙ୍କୁ ଆଉ କାର୍ଯ୍ୟରେ ଯୋଗ ନଦେବା ପାଇଁ ସୂଚାଇ ଥିଲେ। ଏନେଇ ସାମୟିକ ଅଧ୍ୟାପକମାନେ ଉପ କୁଳପତିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କିଛି ନିଷ୍ପତି ନହେବାରୁ ଆସନ୍ତା କାଲି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ଅଧ୍ୟାପକ ମାନଙ୍କ ପକ୍ଷରୁ ଜଣାପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande