ମମତା ବାନାର୍ଜୀଙ୍କ ବକ୍ତବ୍ୟକୁ ନିନ୍ଦା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ଭୁବନେଶ୍ୱର,13 ଅକ୍ଟୋବର (ହି.ସ.) ରାତିରେ ଝିଅ ମାନେ ବାହାରକୁ ଯିବା ଉଚିତ ନୁହେଁ ବୋଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବକ୍ତବ୍ୟକୁ ନିନ୍ଦା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି, ମମତା ବାନାର୍ଜୀ ଙ
ମମତା ବାନାର୍ଜୀଙ୍କ ବକ୍ତବ୍ୟକୁ ନିନ୍ଦା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା


ଭୁବନେଶ୍ୱର,13 ଅକ୍ଟୋବର (ହି.ସ.) ରାତିରେ ଝିଅ ମାନେ ବାହାରକୁ ଯିବା ଉଚିତ ନୁହେଁ ବୋଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବକ୍ତବ୍ୟକୁ ନିନ୍ଦା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସୋସିଆଲ ମିଡିଆରେ ସେ ଏ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି, ମମତା ବାନାର୍ଜୀ ଙ୍କ ଭଳି ଜଣେ ମହିଳା ନେତୃତ୍ୱ ଓ ଦିଦି ନାମରେ ପରିଚୟ ପ୍ରାପ୍ତ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଙ୍କ ମୁଁହରୁ -ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ ନୁହେଁ ମନ୍ତବ୍ୟ ମହିଳାଙ୍କୁ ନିରାଶ କରିଛି ।କେବଳ ମୋତେ ନୁହେଁ ପଶ୍ଚିମ ବଙ୍ଗଳା ରେ ଥିବା ଚାରିକୋଟି ନବେ ଲକ୍ଷ ମହିଳାମାନଙ୍କୁ ଆଶ୍ଚର୍ଯ୍ୟ ଓ ଅପମାନିତ କରିଛି। ପୀଡିତା କୁ ନ୍ୟାୟ ଦେବା ବଦଳରେ ଲିଙ୍ଗଭିତିକ ଅସମନତା ଆଣିବା,ଝିଅମାନଙ୍କ ଅଧିକାର ଉପରେ ପ୍ରଶ୍ନ ଉଠାଇବାର ଅଧିକାର ମୁଖ୍ୟମନ୍ତ୍ରୀ ଙ୍କର ନାହିଁ।

ସେ ଆହୁରି କହିଛନ୍ତି ଯେ, ଆଉ ଯଦି ଓଡ଼ିଆ ଝିଅ ପୀଡିତା ବୋଲି ଦରଦ ନାହିଁ ଓଡିଶା ସରକାରଙ୍କୁ ଲେଖି ଦିଅନ୍ତୁ। ଆମ ପିଲାଙ୍କ କଥା ତୁମ ରାଜ୍ୟରେ ବି ଆମେ ବୁଝିପାରିବୁ।

ସେ କହିଛନ୍ତି ଯେ ଲଜ୍ଜାବୋଧ ନ ରହିବା ଅତ୍ୟନ୍ତ ନିନ୍ଦନୀୟ। ମହିଳା ମୁଖ୍ୟମନ୍ତ୍ରୀ ଙ୍କ ପାଖରୁ ଯଦି ସମବେଦନା, ସୁରକ୍ଷା, ଅଧିକାର ଝିଅ ମାନେ ଆଶା କରିବେନି ତାହାହେଲେ କରିବେ କାହାଠାରୁ ବୋଲି ସେ ପ୍ରଶ୍ନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande