ବଲାଙ୍ଗୀର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ଡାଇମଣ୍ଡ ଜୁବଲି ପାଇଁ ପ୍ରସ୍ତୁତି
ବଲାଙ୍ଗୀର, ୧୩ ଅକ୍ଟୋବର(ହି.ସ.) – ବଲାଙ୍ଗୀରର ଏକ ଅଗ୍ରଣି ଶିକ୍ଷାନୁଷ୍ଠାନ, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ଡାଇମଣ୍ଡ ଜୁବୁଲି ପ୍ରସ୍ତୁତି ପାଇଁ ଏକ ବୈଠକ ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀ ଫାଉଣ୍ଡେସନ ଏବଂ ଏହି ବିଦ
ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ଡାଇମଣ୍ଡ ଜୁବଲି ପାଇଁ ପ୍ରସ୍ତୁତି


ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ଡାଇମଣ୍ଡ ଜୁବଲି ପାଇଁ ପ୍ରସ୍ତୁତି


ବଲାଙ୍ଗୀର, ୧୩ ଅକ୍ଟୋବର(ହି.ସ.) – ବଲାଙ୍ଗୀରର ଏକ ଅଗ୍ରଣି ଶିକ୍ଷାନୁଷ୍ଠାନ, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ଡାଇମଣ୍ଡ ଜୁବୁଲି ପ୍ରସ୍ତୁତି ପାଇଁ ଏକ ବୈଠକ ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀ ଫାଉଣ୍ଡେସନ ଏବଂ ଏହି ବିଦ୍ୟାଳୟର ମିଳିତ ଉଦ୍ୟମରେ ହିରକ ଜୟନ୍ତି ସମାରୋହ ର ଆୟୋଜନ କରିବା ପାଇଁ ପୁରାତନ ଛାତ୍ରୀ, ପୂର୍ବତନ ଶିକ୍ଷକ ଶିକ୍ଷୟତ୍ରୀ ସମେତ ସହରର ବୁଦ୍ଧିଜିବି ଓ ଶିକ୍ଷାପ୍ରେମୀମାନେ ଏଥିରେ ଯୋଗଦାନ କରିଥିଲେ। ଏହି ପରିପ୍ରେକ୍ଷିରେ ଏକ ସ୍ମରଣିକା ପ୍ରକାଶନ କରିବା ପାଇଁ ମଧ୍ୟ ମତପ୍ରକାଶ ପାଇଥିଲା। ଏହି ବୈଠକରେ ସ୍କୁଲ କମିଟିର ସଭାନେତ୍ରୀ ସୁଶ୍ରୀ ଆନନ୍ଦିନୀ ଦର୍ଜି ଜୁବଲି ପାଳନର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିବାବେଳେ ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ସୁଭଦ୍ରା ସ୍ୱାଇଁ ଉକ୍ତ ବିଦ୍ୟାଳୟର ଇତିହାସ ସଂପର୍କରେ ମତବ୍ୟକ୍ତ କରିଥିଲେ। ଶିକ୍ଷାବିତ୍ ମନୋରଂଜନ ସାହୁ ଆଗାମୀ ହିରକ ଜୟନ୍ତି ର ଆୟୋଜନ ପାଇଁ ସମସ୍ତ ପ୍ରକାରର ଆବଶ୍ୟକ ପଦକ୍ଷେପ ନେବା ସହ ସମସ୍ତ ବିବରଣୀ ପ୍ରଦାନ କରିଥିଲେ। ସ୍ଥାନୀୟ ସିଆରସିସି ତଥା ପୁରାତନ ଛାତ୍ରୀ ବିଜୟନୀ ଦାନୀ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ। ସ୍କୁଲର ଶିକ୍ଷକ ସତ୍ୟାନନ୍ଦ ବିଶ୍ୱାଲ, କୃଷ୍ଣଚନ୍ଦ୍ର ବାଗ, ସୁଭଶ୍ରୀ ଭୋଇ, ଅନୁଷ୍କା କୁମ୍ଭାର, ପୁନମ ରଣା, ବନୀତା ତରିଆ, ମନୀଷା ସାହୁ, ଗୀତାଞ୍ଜଳି ମାଝି, ଅରୁନ୍ଧତି ବଢେଇ ଓ ଅନୀତା ସିଂ ପ୍ରମୁଖ ନିଜର ମତାମତ ପ୍ରଦାନ କରିଥିଲେ। କମିଟିର ସଂପାଦିକା ଝୁନିଲତା ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande