କେନ୍ଦୁଝର, ୧୩ ଅକ୍ଟୋବର (ହି.ସ.) - ଘଟଗାଁ ବ୍ଲକର, ସାନ୍ତରାପୁର ଗ୍ରାମ ଠାରୁ ଭାୟା ଛତିଆ ଦେଇ ରଘୁବେଡା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ଚାଲିଛି ରାସ୍ତା କାମ। ବହୁ ଜାଗାରେ ଏବେ କଂକ୍ରିଟ ୱାଲ ଠାରୁ ଆରମ୍ଭ କରି କିଛି ଜାଗାରେ ଆରମ୍ଭ ହୋଇଛି କଂକ୍ରିଟ ରାସ୍ତା। ଛତିଆ ରଘୁବେଡା କୁ ସଂଯୋଗ କରୁଥିବା ମଧ୍ୟଭାଗରେ ରହିଛି ଏକ ଶିବ ମନ୍ଦିର। ଏହି ଶିବ ମନ୍ଦିର ନିକଟରେ ଠିକା ସଂସ୍ଥା ଦ୍ୱାରା ନିର୍ମାଣ ହୋଇଛି ଏକ କଂକ୍ରିଟ ରାସ୍ତା। ରାସ୍ତା କାମ ଅତି ନିମ୍ନ ମାନର ହୋଇଥିବାର ଦେଖାଯାଇଛି । ନୂଆ ରାସ୍ତାରେ ବହୁ ଜାଗାରେ ଶିରା ସୃଷ୍ଟି ହୋଇଅଛି ତା ସହ କଂକ୍ରିଟ ଉପରେ କଂକ୍ରିଟ ମଧ୍ୟ ପଡିଛି ସିମେଂଟ,ବାଲି ଚିପସ୍ ର ଭାଗ ମାପ ମଧ୍ୟ ଠିକ୍ ନ ଦେଇ କାମ ହୋଇଥିବାରୁ ଗ୍ରାମବାସୀ ମଧ୍ୟ ଅଭିଯୋଗ କରିଛନ୍ତି । ଏହି ରାସ୍ତାଟି ବର୍ତମାନ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ରହିଥିବା ବେଳେ କଂକ୍ରିଟ ସମୟରେ କୌଣସି ଅଧିକାରୀ ଉପସ୍ଥିତ ରହୁ ନଥିବାରୁ ଏଭଳି ନିମ୍ନମାନର କାମ ହେଉଅଛି। ଆହୁରି ବହୁ କାମ ବାକି ରହିଥିବା ବେଳେ ଏଭଳି ନିମ୍ନମାନର କାମକୁ ବିରୋଧ କରିଛନ୍ତି, ଗ୍ରାମ ର ସଚେତନ ଲୋକ, ଏହି ଜାଗାରେ ପୂନର୍ବାର କଂକ୍ରିଟ ପକାଇ ନିର୍ମାଣ କରିବାକୁ ସମାଜସେବୀ ପବିତ୍ର ମୋହନ ସିଂ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA