ବଲାଙ୍ଗୀର, ୧୩ ଅକ୍ଟୋବର(ହି.ସ.) – ଲୋଇସିଂହା ନିର୍ବାଚନ ମଣ୍ଡଳି କୁଶଙ୍ଗ ଗ୍ରାମରେ ମାଁ କୁଶଙ୍ଗାଇ ଦେବୀ ଏବଂ ମନ୍ଦିର ଓ ଗ୍ରାମ କମିଟି ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏ ବର୍ଷ ଦଶହରା ଏବଂ ୧୬ପୂଜା ବଏଲ ଯାତ୍ରା ରାଜ୍ୟ ବାହାରୁ ଏବଂ ବିଭିନ୍ନ ଜିଲ୍ଲାରୁ ଭକ୍ତମାନଙ୍କର ସୁଅ ଛୁଟିଥିଲା। ଏହି ଐତିହ୍ୟ ପୀଠ ମା’ କୁସଙ୍ଗାଇ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ସୁରୁଖୁରୁରେ ଉଦ୍ଯାପିତ ହୋଇଥିଲା। ଏହି ଅବସରରେ ମନ୍ଦିର କୁଶଙ୍ଗର ଗ୍ରାମବାସୀ କମିଟି, କୁଶଙ୍ଗ ମନ୍ଦିର କମିଟି ମା’ଙ୍କର ପୀଠରେ ନୂତନ ଭାବେ ରୂପା ଝାଉଣିର ପରଭା ନିର୍ମାଣ ପାଇଁ ଗ୍ରାମ କମିଟି ନିସ୍ପତି ନିଆଯାଇଛି। ଚଳିତ ଚୈତ୍ର ପୂର୍ଣ୍ଣିମାରେ ପରଭା ଦର୍ଶନ ଆକର୍ଷଣ କରିବା ବୋଲି ସ୍ଥିର କରାଗଲା। ଅଂଚଳବାସୀ ମଧ୍ୟ ମା’ ସହିତ ରୂପା ପରଭା ମଧ୍ୟ ଦର୍ଶନ କରିପାରିବେବୋଲି ସମସ୍ତଙ୍କ ଆଶା। ଏଥିରେ କୁଶଙ୍ଗ ଗୌନ୍ତିଆ ବୃନ୍ଦାବନ ପଟେଲ, ସରପଂଚ ଓ ଗ୍ରାମ କମିଟି, କୁଶଙ୍ଗର ମନ୍ଦିର କମଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଡା. ରୁଦ୍ର ନାରାୟଣ ପଟେଲଙ୍କ ନେତୃତ୍ୱରେ ବଲାଙ୍ଗୀର ଦେବାଳୟ ସୁରକ୍ଷା କମିଟିର ବିଭିନ୍ନ ସମୟରେ ଐତିହାସିକ ପୀଠ ସରକାରଙ୍କୁ ବିଭିନ୍ନ ସମୟରେ ଅନୁଦାନ ଦାବି କରି ଆସୁଥିବାବେଳେ କୁଶଙ୍ଗାଇ ଦେବୀ ପୀଠକୁ ଉନ୍ନତିକରଣ ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଅବସରରେ ମନ୍ଦିର କମିଟି ସମ୍ବର୍ଦ୍ଧିତ କରିଥିଲେ। ସଭାପତି ଜୟକୃଷ୍ଣ ମିଶ୍ର ଓ ପ୍ରଶାନ୍ତ ମହାକୁର ଏବଂ ଗ୍ରାମର ଭକ୍ତମାନଙ୍କ ସହମତି କ୍ରମେ ସାହାଯ୍ୟର ହାତ ବଢ଼ାଇଥିଲେ। ଏହି ବୈଠକରେ ସଭାପତି ରତନଲାଲ ପୃଷ୍ଟି ସଭା ଆହ୍ୱାନ କରିଥିଲେ ଓ ସଭା ସାଙ୍ଗ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ