ସମ୍ବଲପୁର, ୧୩ ଅକ୍ଟୋବର(ହି.ସ.) – ସମ୍ବଲପୁର ମଣ୍ଡଳର ବରିଷ୍ଠ ମାଲବାହୀ ଟ୍ରେନ୍ ପ୍ରବନ୍ଧକ ପଙ୍କଜ କୁମାରଙ୍କୁ ନିରାପତା ଓ ପ୍ରତି ସତର୍କତା ଏବଂ ସୁରକ୍ଷିତ ଟ୍ରେନ୍ ଚଳାଚଳ ପ୍ରତି କର୍ତ୍ୟବ୍ୟନିଷ୍ଠା ଏବଂ ନିରାପତା ଓ ନିୟମ ଉପରେ ସଠିକ୍ ଅବଗତ ପାଇଁ ପୁରସ୍କୃତ କରାଯାଇଛି। ତାଙ୍କର କର୍ତ୍ୟବ୍ୟ ପ୍ରତି ନିଷ୍ଠା ଓ ସମର୍ପଣ ମାନ୍ୟତା ସ୍ୱରୂପ ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ ସୁବାଷ ଚନ୍ଦ୍ର ଚୌଧୁରୀ ତାଙ୍କୁ ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି ଓ ଏହି ଅବସରରେ ବରିଷ୍ଠ ମଣ୍ଡଳ ପରିଚାଳନା ପ୍ରବନ୍ଧକ ଅଖିଳେଶ ତ୍ରିପାଠୀ, ବରିଷ୍ଠ ମଣ୍ଡଳ ନିରାପତା ଓ ଅଧିକାରୀ ସମ୍ବିତ ସୌରଭ ନାୟକ ଏବଂ ଅନ୍ୟାନ୍ୟ ଶାଖା ଅଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ