ଶିବସେନା ୟୁବିଟି ନେତା ସଂଜୟ ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଫୋର୍ଟିସ ହସ୍ପିଟାଲରେ କରାଗଲା ଭର୍ତି
ମୁମ୍ବାଇ, ୧୩ ଅକ୍ଟୋବର(ହି.ସ.) – ମହାରାଷ୍ଟ୍ରର ଶିବସେନା ୟୁବିଟି ନେତା ସଞ୍ଜୟ ରାଉତଙ୍କ ସୋମବାର ଦିନ ଅଚାନକ ସ୍ୱାସ୍ୟବସ୍ଥା ବିଗିଡ଼ି ଯାଇଛି ଏବଂ ତାଙ୍କୁ ତତ୍କାଳ ଭାଂଡୁପ ସ୍ଥି ଫୋର୍ଟିସ ହସ୍ପିଟାଲରେ ଭର୍ତି କରାଯାଇଛି। ତେବେ ସଞ୍ଜୟ ରାଉତଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି। ସଞ୍ଜୟ ରାଉତ ସବୁଦିନ ପରି ଆଜ
ଶିବସେନା ୟୁବିଟି ନେତା ସଂଜୟ ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଫୋର୍ଟିସ ହସ୍ପିଟାଲରେ କରାଗଲା ଭର୍ତି


ମୁମ୍ବାଇ, ୧୩ ଅକ୍ଟୋବର(ହି.ସ.) – ମହାରାଷ୍ଟ୍ରର ଶିବସେନା ୟୁବିଟି ନେତା ସଞ୍ଜୟ ରାଉତଙ୍କ ସୋମବାର ଦିନ ଅଚାନକ ସ୍ୱାସ୍ୟବସ୍ଥା ବିଗିଡ଼ି ଯାଇଛି ଏବଂ ତାଙ୍କୁ ତତ୍କାଳ ଭାଂଡୁପ ସ୍ଥି ଫୋର୍ଟିସ ହସ୍ପିଟାଲରେ ଭର୍ତି କରାଯାଇଛି। ତେବେ ସଞ୍ଜୟ ରାଉତଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି।

ସଞ୍ଜୟ ରାଉତ ସବୁଦିନ ପରି ଆଜି ନିଜ ଘର ବିକ୍ରୋଲିରେ ସାମ୍ବାଦିକ ବାର୍ତାକୁ ସମ୍ବୋଧିତ କରୁଥିଲେ। ସାମ୍ବାଦିକ ବାର୍ତା ଶେଷ ହେବା ପରେ ସଞ୍ଜୟ ରାଉତ ଅସହଜ ଅନୁଭବ କରିବାକୁ ଲାଗିଥିଲେ। ଏହାପରେ ତତ୍କାଳ ତାଙ୍କୁ ପୋର୍ଟିସ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

ଉଲ୍ଲେଖନୀୟ ଯେ ଗତବିର୍ଷ ସଂଜୟ ରାଉତଙ୍କୁ ହାର୍ଟରେ ଅସୁବିଧା ହେବା ପରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଏହାପରେ ଗତ ମାସ ରାଉତଙ୍କ ମେଡ଼ିକାଲ ଚେକ୍‌ଅପ୍ ଫୋର୍ଟିସ ହସ୍ପିଟାଲରେ କରାଯାଇଥିଲା। ଖବର ଲେଖାହେବା ପର୍ଯ୍ୟନ୍ତ ଫୋର୍ଟିସ ହସ୍ପିଟାଲରେୁ କୌଣସି ପ୍ରକାରର ଅଧିକୃତ ସୂଚନା ଦିଆଯାଇ ନାହିଁ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande