ନୂଆଦିଲ୍ଲୀ ୧୩ଅକ୍ଟୋବର (ହି.ସ.)- ଘରୋଇ ସୁନା ବଜାରରେ ଆଜି ସାମାନ୍ୟ ହ୍ରାସ ପରିଲକ୍ଷିତ ହେଉଛି।
ମୂଲ୍ୟ ହ୍ରାସ ଯୋଗୁଁଦେଶର ଅଧିକାଂଶ ସୁନା ବଜାରରେ ୨୪ କ୍ୟାରେଟ୍ ସୁନାଆଜି ₹୧,୨୫,୦୭୦ ଟଙ୍କାରୁ ନେଇ ₹୧,୨୫,୨୨୦ଟଙ୍କା ପ୍ରତି
10 ଗ୍ରାମ ସ୍ତରରେ କାରବାର ହେଉଛି। ସେହିପରି ୨୨ କ୍ୟାରେଟ୍ ସୁନା , ଆଜି ₹୧,୧୪,୬୪୦ ଟଙ୍କାରୁ ନେଇ ₹୧,୧୪,୭୯୦ ମଧ୍ୟରେ
ବିକ୍ରି ହେଉଛି। ଏହି ସମୟରେରୂପା ମୂଲ୍ୟ ହ୍ରାସ
ଯୋଗୁଁଏହି ଚମକଦାର ଧାତୁ ଦିଲ୍ଲୀ
ସୁନା ବଜାରରେ ଆଜି ₹୧,୭୯,୧୦୦ ଟଙ୍କା ପ୍ରତି କିଲୋଗ୍ରାମ ସ୍ତରରେ ବିକ୍ରି ହେଉଛି।ଦିଲ୍ଲୀରେଆଜି ୨୪ କ୍ୟାରେଟ୍
ସୁନା ₹୧,୨୫,୨୨୦ପ୍ରତି 10 ଗ୍ରାମ ସ୍ତରରେ କାରବାର ହେଉଛି, ଯେତେବେଳେ ୨୨
କ୍ୟାରେଟ୍ ସୁନାର ମୁଲ୍ୟ ₹୧,୧୪,୭୯୦ ଟଙ୍କା ପ୍ରତି ୧୦
ଗ୍ରାମ ରେକର୍ଡ ହୋଇଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ24 କ୍ୟାରେଟ୍ ସୁନା ₹1,25,070 ଟଙ୍କା ପ୍ରତି 10
ଗ୍ରାମ ଏବଂ 22 କ୍ୟାରେଟ୍ ସୁନା ₹1,14,640ଟଙ୍କା ପ୍ରତି 10 ଗ୍ରାମସ୍ତରରେ ବିକ୍ରି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା