କେନ୍ଦୁଝର, 13 ଅକ୍ଟୋବର (ହି.ସ.)କେନ୍ଦୁଝରଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡର ଶିଶୁବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥ୍ ଭାବରେ ସ୍ଥାନୀୟ ନରସିଂହ ସ୍ବାଇଁ ପୋଲିସ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବେଳା ରାଉତ ଯୋଗ ଦେଇ ଜାତୀୟ ଶିକ୍ଷାନୀତି ଆଧାରରେ ମୌଳିକ ସ୍ତରର ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶରେ ଗୁରୁଜୀଗୁରୁମାଙ୍କ ଭୂମିଳା ତଥା ଶିଶୁ ଗଠନରେ ମାଆମାନଙ୍କର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ପରିଚାଳନା ସମିତିର ସଂପାଦକ ସୁଧାଂଶୁ ଶେଖର ପଣ୍ଡା ଯୋଗ ଦେଇ ମାଆମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖୁବା ସହ ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ ଏବଂ ସଦସ୍ୟା ଦୁଲାରୀ କିଷ୍ମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶିଶୁବାଟିକା ପ୍ରମୁଖ ପ୍ରଦୀପ କୁମାର ଦାସ ଚର୍ଚ୍ଚା ଳାକାଂଶରେ ମାଆମାନଙ୍କର ବିଭିନ୍ନ ପ୍ରଶ୍ନର ଭତ୍ତର ରଖୁଥୁଲେ। ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତି ଅତିଥମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ଭାଷାଜ୍ଞାନ, ଗଣିତଜ୍ଞାନ, ବିଜ୍ଞାନ ଓ ସାମାଜିକ ଆଧାରିତ, କାହାଣୀ, ଗୀତ, କଳାତ୍ମକ ବିକାଶର ବିଭିନ୍ନ କାଳଂଶ କରାଯାଇଥିଲା। ଏଥିରେ ସୁଜାତାରାଣୀ ମିଶ୍ର, ଜ୍ୟୋତିରାଣି ପଣ୍ଡା, ମନସ୍ବିନୀ ଦାଶ, ପୁଷ୍ପାଞ୍ଜଳି ସାହୁ, ଆରତୀ ସାହୁ, ମୌସୁମୀ ରାଉତରାୟ, ପାର୍ବତୀ ସାହୁ, ଲକ୍ଷ୍ମୀପ୍ରିୟା ମହାନ୍ତି, ଗାୟତ୍ରୀ ମହାନ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏଥିରେ ୧୫୦ରୁ ଉର୍ଦ୍ଧ୍ବ ମାଆଯୋଗ ଦେଇଥିଲେ । ଶିଶୁବାଟିକାର ସମସ୍ତ ଗୁରୁଜୀଗୁରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA