ସୁବର୍ଣ୍ଣପୁର, ୧୩ ଅକ୍ଟୋବର(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଓ ଉପଶମ ଶିବିର ବିନିକା ପଂଚାୟତ ସମିତି ଅନ୍ତର୍ଗତ ଶଙ୍କରା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତି ଓ ସମସ୍ୟା ନିହିତ ସର୍ବମୋଟ ୧୮୭(ଏକ ଶହ ସତାଅଶି ) ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୧୬୭(ଏକ ଶହ ସତସଠି) ଗୋଟି ଦରଖାସ୍ତ ବ୍ୟକ୍ତିଗତ ରହିଥିବା ବେଳେ ୨୦(କୋଡ଼ିଏ) ଗୋଟି ସାମୁହିକ ଦରଖାସ୍ତ କରାଯାଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତଗୁଡ଼ିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ବିଡ଼ିଓ, ବିନିକା, ଶ୍ରୀ ମଂଟ ଖମାରୀ ଓ ସରପଂଚ, ଶଙ୍କରା ଗ୍ରାମ ପଂଚାୟତ, ଶ୍ରୀ ଅଶୋକ କୁମାର ପୃଷ୍ଟିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଯୁଗ୍ମ ଅଭିଯୋଗ ଶୁଣାଣୀରେ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଶ୍ରୀ ଅଶ୍ୱିନୀ କୁମାର ମେହେର, ଭାରପ୍ରାପ୍ତ ଉପ- ଜିଲ୍ଲାପାଳ, ସୋନପୁର ତଥା ଡେପୁଟି କଲେକ୍ଟର, ଶ୍ରୀ ସତ୍ୟ ସୁନ୍ଦର ରାଉତଙ୍କ ସମେତ ତହସିଲଦାର, ବିନିକା, ସୁଶ୍ରୀ ରସନା ଭୋଇ ତଥା ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକସ୍ତରୀୟ ଅଧିକାରୀ, କର୍ମଚାରୀବୃନ୍ଦଙ୍କ ସମେତ ଜିଲ୍ଲା ପଂଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ ସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ