ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଭଦ୍ରକ ବ୍ଲକ ଅନ୍ତର୍ଗତ ତିଶଳପୁର ଆଂଚଳିକ ସାଧନକେନ୍ଦ୍ରସ୍ତରୀୟ ସୁରଭି-୨୦୨୫ ତିଶଳପୁର ସରକାରୀ ଉ.ପ୍ରା.ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଆଂଚଳିକ ସାଧନକେନ୍ଦ୍ର ଅଧିନସ୍ଥ ସତରଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାୟ ବାରଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏଥିପାଇଁ ଭଦ୍ରକର ବିଭିନ୍ନ ଅଂଚଳରୁ ଅଭିଜ୍ଞ ବିଚାରପତିଙ୍କ ନିଷ୍ପତିକୁ ଆଧାର କରି ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ଏହି ଅବସରରେ ଏକ ପୁରସ୍କାର ବିତରଣୀ ସଭାର ଆୟୋଜନ ସି.ଆର.ସି.ସି. ଜୟନ୍ତ କୁମାର ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତିଶଳପୁର ସରକାରୀ ଉ.ପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଝୁରନ୍ବାଳା ଖୁଂଟିଆଙ୍କ ସଭାପତିତ୍ୱ କରିଥିଲେ । ଭଦ୍ରକ ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର କାର୍ତିକ ଚନ୍ଦ୍ର ରାଉଳ ମୁଖ୍ୟ ଅତିଥି, ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ପ୍ରଫୁଲ୍ଲ କୁମାର ଗୋଚ୍ଛାୟତ ସମ୍ମାନୀତ ଅତିଥି, ଶିକ୍ଷାବିତ୍ ଭାଗିରଥି ନାୟକ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ବିଭିନ୍ନ ବିଭାଗରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ସାଟିଫିକେଟ୍ ପ୍ରଦାନ କରାଯାଇଥିଲା । ସଭା ଶେଷରେ ଅସୁରା ଉ.ପ୍ରା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସରୋଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ