ବାରିପଦା, 13 ଅକ୍ଟୋବର (ହି.ସ.)- ପ୍ରାଧ୍ୟାପକଙ୍କ କ୍ରେଡିଟ କାର୍ଡରୁ ୯୫,୧୧୭ଟଙ୍କା ଗାଏବ କରି ନେଇଛନ୍ତି ଅନଲାଇନ ଠକ। ପ୍ରାଧ୍ୟାପକ ଜଣକ ହେଉଛନ୍ତି ବାରିପଦା ଏମପିସି କନିଷ୍ଠ ମହାବିଦ୍ୟାଳୟର ଅଭୟ କୁମାର ନାୟକ । ଠକାମୀର ଶିକାର ପାାଲଟିବା ପରେ ଶ୍ରୀ ନାୟକ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ପ୍ରାଧ୍ୟାପକ ଶ୍ରୀନାୟକଙ୍କ ମୋବାଇଲକୁ ଏକ ଆପ୍ଲିକେସନର ମେସେଜ ଆସିଥିଲା। ଯାହାକୁ ସେ ଇନଷ୍ଟଲ କରିବା ପରେ କ୍ରେଡିଟ କାର୍ଡରୁ ୨ଟି ପର୍ଯ୍ୟାୟରେ ୯୫,୧୧୭ଟଙ୍କା ଗାଏବ ହୋଇଯାଇଥିଲା। ଏ ବାବଦରେ ଜାଣିବା ପରେ ଠକେଇକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ