କେନ୍ଦୁଝର, 13 ଅକ୍ଟୋବର (ହି.ସ.) ଆଜି ଏକ ଠକେଇ ମାମଲାର ଶୁଣାଣି କରି ମାନ୍ୟବର ଜୁଡ଼ିଶିଆଲ ମାଜିଷ୍ଟ୍ରେଟ ଫାଷ୍ଟକ୍ଲାସ ସଦର ଥାନା ଅନ୍ତର୍ଗତ କୁମୁଣ୍ଡି ଗ୍ରାମର ଅଭିଯୁକ୍ତ ଦେବାନନ୍ଦ ମହାନ୍ତଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ଏହା ସହ ପାଞ୍ଚ ହାଜର ଟଙ୍କା ଜୋରିମାନା ଅନାଦେୟ ଏକ ବର୍ଷ ଜେଲ ଦଣ୍ଡାଦେଶ ଆଦେଶ ଦେଇଛନ୍ତି । ଏହି କେସରେ ବିଚାରପତି ଆମ୍ବିକେଶ ପାଣିଗ୍ରାହୀ ନଅ ଜଣ ସାକ୍ଷ୍ୟଙ୍କ ବୟାନ କୁ ଭିତ୍ତିକରି ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA