ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ
ଗଞାମ, 13 ଅକ୍ଟୋବର (ହି.ସ.) - ଵ୍ରହ୍ମପୁର,ବ୍ରହ୍ମା ନଗର ଓ ଜ୍ୟୋତି ନଗର ବରିଷ୍ଠ ନାଗରିକ ମଞ୍ଚ BJBNM ର ମାସିକ ତଥା କାର୍ଯ୍ୟ କର୍ତ୍ତା ଚୟନ ବୈଠକ, ସ୍ଥାନୀୟ ହନୁମାନ ମନ୍ଦିର ପରିସରରେ ବହୁ ଆଶା ଆଙ୍କକ୍ଷା ଓ ଉତ୍ସାହ ଉତ୍କଣ୍ଠା ମଧ୍ୟରେ ସମାପନ ହୋଇଯାଇଛି। ପୂର୍ବ ସଭାପତି ଭବାନୀ ଶଙ୍କର ମିଶ୍ର
ବରିଷ୍ଠ ନାଗରିକ ମଞ୍ଚର ବୈଠକ


ଗଞାମ, 13 ଅକ୍ଟୋବର (ହି.ସ.) - ଵ୍ରହ୍ମପୁର,ବ୍ରହ୍ମା ନଗର ଓ ଜ୍ୟୋତି ନଗର ବରିଷ୍ଠ ନାଗରିକ ମଞ୍ଚ BJBNM ର ମାସିକ ତଥା କାର୍ଯ୍ୟ କର୍ତ୍ତା ଚୟନ ବୈଠକ, ସ୍ଥାନୀୟ ହନୁମାନ ମନ୍ଦିର ପରିସରରେ ବହୁ ଆଶା ଆଙ୍କକ୍ଷା ଓ ଉତ୍ସାହ ଉତ୍କଣ୍ଠା ମଧ୍ୟରେ ସମାପନ ହୋଇଯାଇଛି। ପୂର୍ବ ସଭାପତି ଭବାନୀ ଶଙ୍କର ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକ ପ୍ରାରମ୍ଭରେ ଚିରା ଚରିତ ଭାବେ ସାମୁହିକ ଓଁ କାର ମଂନ୍ତ୍ର ଗାନ ପରେ ଚଳିତ ମାସର ଜନ୍ମିତ ସଦସ୍ୟ ସଦସ୍ୟାଙ୍କୁ,ମଙ୍ଗଳ କାମନା କରି ଶୁଭେଚ୍ଛା ଜଣାଇବା ସହ ନବ ଆଗନ୍ତୁକ ସଦସ୍ୟଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇ ଥିଲା।

ବୈଠକରେ କାର୍ଯ୍ୟ କର୍ତ୍ତା ଚୟନ ମଧ୍ୟରେ ଶରତ ଚନ୍ଦ୍ର ମହାପାତ୍ର ଙ୍କ ଦ୍ଵାରା ପ୍ରସ୍ତାବିତ ଓ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ଦ୍ଵାରା ସମର୍ଥିତ ସଦସ୍ୟ ହୀନ ବେହେରାଙ୍କୁ ସର୍ବ ସମ୍ମତି କ୍ରମେ ସଭାପତି ଚୟନ କରାଯିବା ପରେ ବିଦାୟୀ ସଭାପତି ଶ୍ରୀ ମିଶ୍ର ,ବର୍ତ୍ତମାନର ନୂତନ ସଭାପତି ଶ୍ରୀ ବେହେରା ମହୋଦୟଙ୍କୁ ସଭା ମଞ୍ଚକୁ ପାଛୋଟି ନେଇ ଅବଶିଷ୍ଟ କାର୍ଯ୍ୟ ଆଗକୁ ଆଗେଇ ନେବାରେ ଅନୁରୋଧ କରିଥିଲେ।ସେହିପରି ଉମା ଶଙ୍କର ପାଣି ଙ୍କ ଦ୍ଵାରା ପ୍ରସ୍ତାବିତ ଓ ଇଶ୍ୱର ପ୍ରସାଦ ସାହୁ ସମର୍ଥିତ ଡ଼ଃ.ଅଜିତ୍ ହୋତାଙ୍କୁ କାର୍ଯ୍ୟକାରି ସଭାପତି ହିସାବରେ ସର୍ବ ସମ୍ନତ୍ତି କ୍ରମେ ଚୟନ କରାଗଲା ଓ ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚ ବିଦାୟୀ ସଭାପତି ଭବାନୀ ଶଙ୍କର ମିଶ୍ର ଙ୍କୁ ଉପଦେଷ୍ଟା, ଶିଶିର କାନ୍ତ ପଟ୍ଟନାୟକ ଉପ ସଭାପତି, ସୁରେନ୍ଦ୍ର ପାଢି ସମ୍ପାଦକ, ସୁକାନ୍ତ କୁମାର ପଟ୍ଟନାୟକ ସହ ସମ୍ପାଦକ, ନରୋତ୍ତମ ଦାସ କୋଷାଧ୍ୟକ୍ଷ,ରାମ ନାଥ ଦାଶ ହିସାବ ସମିକ୍ଷକ( ଅଡିଟର୍), ଉମା ଶଙ୍କର ପାଣି ସଂଯୋଜକ,ଇଶ୍ୱର ପ୍ରସାଦ ସାହୁ ସହ ସଂଯୋଜକ ଓ କାର୍ଯ୍ୟ କାରି ସଦସ୍ୟ ସମୁହ ଭାବେ କ୍ରମାନ୍ୱୟରେ,ଶରତ ଚନ୍ଦ୍ର ମହାପାତ୍ର, ଭାସ୍କର ଦୋରା,ଶ୍ୟାମ ପ୍ରସାଦ ସାମଲ,K.ରାମା ରାଓ ରେଡି, ଗୋପାଳ କୃଷ୍ଣ ପଣ୍ଡା, ପ୍ରମୋଦ କୁମାର ପଣ୍ଡା,ବାଳ କୃଷ୍ଣ ପଣ୍ଡା, ଜୟଦେବ ସାହୁ,ଇଁ.ସୁଜିତ୍ ଦାସ ଙ୍କ ସମେତ ମହିଳା ଗୃପ୍ ରୁ ଶ୍ରୀମତି ଜମ୍ବୁବତି ଗୌଡ ଓ ସୁଶ୍ରୀ ସ୍ୱାଧୀନା ପାତ୍ର ଅନ୍ତର୍ଭୁକ୍ତ ହୋଇଛନ୍ତି।

ବୈଠକ ଶେଷରେ ସଭାପତିଙ୍କ ନିର୍ଦେଶ କ୍ରମେ ସଂଯୋଜକ ଙ୍କ ଦ୍ଵାରା ଧନ୍ୟବାଦ୍ ପ୍ରଦାନ ଓ ଭାସ୍କର ଦୋରାଙ୍କ ମନ୍ତ୍ରଗାନ ପରେ ସଭା ଭଙ୍ଗ କରାଯାଇ ସାମୁହିକ ପ୍ରସାଦ ସେବନ କରିଥିଲେ।

ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande