କେନ୍ଦ୍ରମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜରାପୁଙ୍କୁ ଭେଟିଲେ ଅପରାଜିତା
ଭୁବନେଶ୍ୱର,୧୩ ଅକ୍ଟୋବର (ହି.ସ.) - ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସୋମବାର ଦିନ ବେସାମାରିକ ବିମାନ ସେବା କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମ ମୋହନ ନାଇଡୁ କିଞ୍ଜରାପୁଙ୍କ ସହ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ସାଂସଦ ଶ୍ରୀମତୀ ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀଙ୍କୁ ଭୁବନେଶ୍ୱର ବିମାନବନ୍ଦରର ଟର୍ମିନାଲ
କେନ୍ଦ୍ରମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜରାପୁଙ୍କୁ ଭେଟିଲେ ଅପରାଜିତା


ଭୁବନେଶ୍ୱର,୧୩ ଅକ୍ଟୋବର (ହି.ସ.) - ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସୋମବାର ଦିନ ବେସାମାରିକ ବିମାନ ସେବା କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମ ମୋହନ ନାଇଡୁ କିଞ୍ଜରାପୁଙ୍କ ସହ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ସାଂସଦ ଶ୍ରୀମତୀ ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀଙ୍କୁ ଭୁବନେଶ୍ୱର ବିମାନବନ୍ଦରର ଟର୍ମିନାଲ–୩ ନିର୍ମାଣ ପାଇଁ ଅନୁମୋଦନ ଦେବାକୁ ଅନୁରୋଧ କରିଥିଲେ। ସେହିପରି, ଭୁବନେଶ୍ୱରରୁ ଓ ଭୁବନେଶ୍ୱରକୁ ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳକୁ କିଛି ଆବଶ୍ୟକ ବିମାନ ସେବା ଆରମ୍ଭ କରିବାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ।

ଏସମ୍ପର୍କରେ ଅପରାଜିତା ନିଜ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେବା ସହ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ହେଲା! ମୁଁ ଆଶାବାଦୀ। ଏହା ଉପରେ ମୁଁ ନିୟମିତ ତଦାରଖ କରିବି ବୋଲି ଲେଖିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande