ଭୁବନେଶ୍ୱର,13 ଅକ୍ଟୋବର (ହି.ସ.) ରାଜଧାନୀ ରେ ଦୁଇ ଦୁଇଟି ହତ୍ୟା କୁ ନେଇ ରାଜନୀତି ତେଜିଛି । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରକୁ ବିଜେ଼ଡି ଟାର୍ଗେଟ କରିଛି ।
ବିଜେଡି ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, କ୍ଷମତାରେ ବା ଶାସନ ରେ ଯେଉଁମାନେ ଅଛନ୍ତି ସେମାନେ ଅପରାଧ କ୍ଷେତ୍ରରେ ସାଲିସ୍ ନକରିବା ଆବଶ୍ୟକତା ରହିଛି । ଶୂନ୍ୟ ସହନଶୀଳ ନୀତି ଆପଣାଇବା ଦରକାର।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଆଇନ୍ ଶୃଙ୍ଖଳା ବିଭାଗ ରହିଛି । ଓଡିଶା ଏକ ଶାନ୍ତି ପ୍ରିୟ ରାଜ୍ୟ। କଟକ ରେ କଣ ହେଲା। ଚଣ୍ଡାଶୋକ ଏଠି ଧରମା ଶୋକ ରେ ପରିଣତ ହୋଇଥିଲେ। ଅପରାଧି ଙ୍କ ବିରୋଧରେ ପୋଲିସ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ