କଲେଜ ଭିତରେ ଛାତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଲେ ଅସାମାଜିକ
ରାଉରକେଲା , 13 ଅକ୍ଟୋବର (ହି.ସ.) - ରାଉରକେଲା ପୁଲିସି ଜିଲ୍ଲାରେ ପୁଲିସିଂ ବ୍ୟବସ୍ଥା ଏକ ପ୍ରକାର ଭୁଷୁଡି ଯାଉଥିବା ବେଳେ ସାଧାରଣ ଲୋକେ ଆଉ ପୁଲିସି ଉପରେ ଭରଷା କରିପାରୁନଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ଆଜି ସରକାରୀ ମହାବିଦ୍ୟାଳୟ ପରିସରରେ ପଶି ୨ଜଣ ଅସାମାଜୀକ ଯୁବକ ଛାତ୍ରୀ ମାନଙ୍କ
କଲେଜ ଭିତରେ ଛାତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଲେ ଅସାମାଜିକ


ରାଉରକେଲା , 13 ଅକ୍ଟୋବର (ହି.ସ.) - ରାଉରକେଲା ପୁଲିସି ଜିଲ୍ଲାରେ ପୁଲିସିଂ ବ୍ୟବସ୍ଥା ଏକ ପ୍ରକାର ଭୁଷୁଡି ଯାଉଥିବା ବେଳେ ସାଧାରଣ ଲୋକେ ଆଉ ପୁଲିସି ଉପରେ ଭରଷା କରିପାରୁନଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ଆଜି ସରକାରୀ ମହାବିଦ୍ୟାଳୟ ପରିସରରେ ପଶି ୨ଜଣ ଅସାମାଜୀକ ଯୁବକ ଛାତ୍ରୀ ମାନଙ୍କ ମୁଣ୍ଡରେ ଦେହରେ ବନ୍ଧୁକ ଭୁଜାଲୀ ଲଗାଇ ସେମାନଙ୍କୁ ଅପହରଣ କରିବାକୁ ଉଦ୍ୟମ କରିବା ଓ ଘଟଣାସ୍ଥଳକୁ ପୁଲିସି ନଆସିବା ଲୋକ ଏକ ହୋଇ ଯୁବକ ଜଣକୁ ଉଚିତ ଶିକ୍ଷା ଦେବା ଜଣେ ଖସି ପଳାଇବା ଭଳି ଘଟଣା ଆଜି ପୁଣି ଥରେ ରାଉରକେଲା ପୁଲିସି ର ନାରୀ ମାନଙ୍କୁ ଛାତ୍ରୀ ମାନଙ୍କୁ ସୁରକ୍ଷା ଦେବାରେ କେତେ ତତ୍ପର ତାହା ପ୍ରମାଣିତ ହୋଇଛି । ନିକଟରେ ଏକ ଡାକ୍ତରଖାନା ରେ ମାଲିକ ଜଣେ ମହିଳାଙ୍କୁ ଶାରୀରିକ ସଂପର୍କ ରଖିବାକୁ କହିବା ମାମଲାରେ ପୁଲିସି ର ନିରବତା ପରେ ସେ ବାଧ୍ୟ ହୋଇ ସିଏମ ଅଫିସ ଯାଇ କୌଣସି ସୁଫଳ ନପାଇ ଶେଷରେ ନୀରବ ରହିଲେ । ଏହିଭଳି ପ୍ରତିଦିନ ସହରରେ ନାରୀ ନିର୍ଯାତନା ର ଶିକାର ହୋଇଚାଲିଛି ଖବର ମିଳୁଛି । ସରକାର କହୁଛି ଆମ ପୁଲିସି ଭାରି ଶକ୍ତ । କିନ୍ତୁ ଆଜି ସରକାରୀ କଲେଜରେ ଘଟିଥିବା ଘଟଣା ସମସ୍ତ ଝିଅ ବାପ ମା ମାନଙ୍କୁ ଚିନ୍ତାରେ ପକାଇଛି । ଖବର ମିଳିଛି ଏହି ଯୁବଜ ମାନେ କୁଆଡେ କିଛି ବଡ ବଡିଆଙ୍କୁ ଏହିଭଳି ଯୁବତୀ ଉଠାଇ ନେଇ ଯୋଗାଇ ଥାନ୍ତି ।ସହରେ ହିରୋଇନ କରାଇ ଦେବାକୁ କହି ଜଣେ ଖଣି ମାଲିକ ଓ ବଡ ମିଡିଆର ଭାଇ ତାର ଦଲାଲ ମାଧ୍ୟମରେ ଅନେକ ଝିଅ ଙ୍କ ଜୀବନକୁ ନଷ୍ଟ କରିଚାଲିଥିଲେ ବି ସେ ବାବୁ ମାନଙ୍କୁ ଆଜି ଯାଏ କେହି ହାତ ମାରି ପାରି ନାହାନ୍ତି ବୋଲି କୁହାଯାଉଛି, ସେହି ମାନେ ଏହି ଭଳି ଯୁବକ ମାନଙ୍କୁ ତିଆରି କରି ସହରରେ ଝିଅ ମାନଙ୍କ ପ୍ରତି ବିପଦ ହୋଇ ଠିଆ ହୋଇଛନ୍ତି । ରାଉରକେଲାରେ ପୁଲିସି ଏକ ପ୍ରକାର ନୀରବ , ନାମକୁ ମାତ୍ର ପିସିଆର ବୁଲୁଛି, ଥାନା ପାଖରେ ସରକାରୀ କଲେଜ ଥାଇ ମଧ୍ୟ ଏଭଳି ଘଟଣା ଆଜି ଘଟିଲା, ପୁଲିସି ସତ ବନ୍ଧୁକ କୁ ନକଲି କରି ପିଲା ମାନଙ୍କୁ ବଂଚାଇବାକୁ ଉଦ୍ୟମ କରିବା ଭଳି କଥା ମୋହନ ସରକାର ର ମୋଲିସି ଉପରେ ପ୍ରଶ୍ନ ଉଠାଇଛି । ନିକଟ ଅତିତରେ ରାଉରକେଲା ପୁଲିସି ଜିଲ୍ଲା ଅଁଚଳରୁ ଟନ ଟନ ବାରୁଦ କୁ ଲୁଟିଲେ ମାଓବାଦୀ ସେ ଗୁଡିକୁ ସେମାନେ ନେଇଗଲେ ଝାଡଖଣ୍ଡକୁ, ପୁଲିସ ସେଥିରୁ କିଛି ଜବତ କଲା କିନ୍ତୁ ଲୁଟ ଆଗରୁ କିମ୍ବା ପରେମାଓବାଦୀ ମାନଙ୍କୁ ଧରିପାଲିଲା ନାହିଁ, ଫଳସ୍ୱରୁପ ଆଜି ସେହି ସବୁ ବାରୁଦରେ ମରୁଛନ୍ତି ଦେଶର ଯାବାନ । ନିକଟରେ ଝାଡଖଣ୍ଡରେ ବାରୁଦ ବିଛାଇ ଜାବନଙ୍କୁ ମାରିବାକୁ ଯୋଜନା କରିଥିବା ମାଓବାଦୀ ସଫଳ ହେଲେ, ଆସାମର ଜଣେ ପୁଅ ଏଥିରେ ସହୀଦ ହେଲେ ୨ଜଣ ଦିଲ୍ଲୀ କୁ ଚିକିତ୍ସା ଲାଗି ଗଲେ । ରାଉରକେଲା ପୁଲିସି ବ୍ୟବସ୍ଥା ପରିଚାଳନା ଏକ ପ୍ରକାର ପୁଲିସି ର ନିଜସ୍ୱ ସୁବିଧା ଲାଗି ଚାଲିଥିବା କୁହାଯାଉଛି ଲୋକେ ଏଥିରେ ଉପକୃତ ହେବାର ଦେଖାଯାନାହିଁ, ତେଣୁ ସରକାର ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।

---------------

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande