ଧର୍ମଶାଳା,୧୩ ଅକ୍ଟୋବର(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ପୋଲିସକୁ ସଫଳତା । ୬ ମାସ ପରେ ନାବଳିକାକୁ ଉଦ୍ଧାର କରିବା ସହ ଅପହୃତା ଯୁବକକୁ ଗିରଫ କରି ଆଜି ପୋଳିସ କୋର୍ଟ ଚାଲାଣ କରିଛି । ଯୁବକ ଜଣକ ହେଲେ ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମର ଜାମିର ଖାଁନ୍ଙ୍କ ପୁଅ ଆମଗିର ଖାଁନ(୨୭) ବୋଲି ଜଣାପଡିଛି । ସେପଟେ ନାବାଳିକାକୁ ଉଦ୍ଧାର କରି ଜିଲା ସ୍ୱଧାର ଗୃହରେ ଛଡା ଯାଇଥିବା ଜଣାପଡିଛି ।
ଅଭିଯୋଗ ମୁତାବକ,ଚଳିତ ମାସ ଏପ୍ରିଲ ମାସ ୧୦ତାରିଖ ଦିନ ମହେଶ୍ୱରପୁର ଗ୍ରାମର ସୋହାନା ବେଗମ୍ ନାବାଳିକା ଝିଅକୁ କେହି ଅହରଣ କରି ନେଇଥିବା ନେଇ ମା’ ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଥାନାରେ ୧୦୭ା୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । କିଛି ଦିନ ପରେ ମହେଶ୍ୱରପୁର ଗ୍ରାମର ଜାମରି ଖାଁନଙ୍କ ପୁଅ ଆମଗିର ଖାଁନ ଝିଅକୁ ହାଇଦ୍ରାବାଦକୁ ନେଇ ଯାଇଥିବା ଜଣାପଡିଥିଲା । ତେବେ ଦୁହେଁ ବ୍ରହ୍ମବରଦା ଅଂଚଳରେ ମାର୍କେଟିଂ କରିବା ସମୟରେ ପୋଲିସ ଦୁହିଁଙ୍କୁ ଉଦ୍ଧାର କରିଥିଲା । ନାବାଳିକାକୁ ସ୍ୱଧାର ଗୃହରେ ଛାଡି ଦେଇଥିବା ବେଳେ ଆମଗିରକୁ ଗିରଫ କରି ଆଜି ତାଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଏସ୍ଆଇ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ