ମହତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ପାଇଁ ଜଙ୍ଗଲ ଭୂମି ବିଭାଜନ ପ୍ରଗତିର ସମୀକ୍ଷା
ଅଧିକାରୀମାନଙ୍କୁ ତ୍ୱରିତ ଅନୁମୋଦନ ଓ ନିର୍ଦ୍ଧାରିତ ସମୟସୀମା ଅନୁସରଣ ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର,୧୩ ଅକ୍ଟୋବର (ହି.ସ.) - ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ , ଭାରତୀୟ ରେଳବାଇ, ଓପିଟିସିଏଲ , ଜିଏସଆଇ ଓ ରିଲାୟନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ ର ମୁଖ୍ୟ ଅବସ୍ଥାପନା ପ୍ରକଳ୍ପଗୁଡ଼ିକ ପାଇଁ ଜଙ୍ଗଲ ଭ
ମହତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ପାଇଁ ଜଙ୍ଗଲ ଭୂମି ବିଭାଜନ ପ୍ରଗତିର ସମୀକ୍ଷା


ଅଧିକାରୀମାନଙ୍କୁ ତ୍ୱରିତ ଅନୁମୋଦନ ଓ ନିର୍ଦ୍ଧାରିତ ସମୟସୀମା ଅନୁସରଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,୧୩ ଅକ୍ଟୋବର (ହି.ସ.) - ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ , ଭାରତୀୟ ରେଳବାଇ, ଓପିଟିସିଏଲ , ଜିଏସଆଇ ଓ ରିଲାୟନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ ର ମୁଖ୍ୟ ଅବସ୍ଥାପନା ପ୍ରକଳ୍ପଗୁଡ଼ିକ ପାଇଁ ଜଙ୍ଗଲ ଭୂମି ବିଭାଜନ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଜଙ୍ଗଲ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ନିରାକରଣ ପାଇଁ ଏକ ସମନ୍ୱୟ ବୈଠକ ସୋମବାର ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପୂର୍ବବର୍ତୀ ସେପେଫମ୍ବର ମାସରେ ହୋଇଥିବା ବୈଠକରେ ଆଲୋଚିତ ପ୍ରକଳ୍ପଗୁଡ଼ିକର ପ୍ରଗତି ଓ ସମୀକ୍ଷା କରି ଆଜିର ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପିଏମଜି (ଚଗଏ)/ପ୍ରଗତି ପୋର୍ଟାଲରେ ଥିବା ମୁଖ୍ୟ ପ୍ରକଳ୍ପଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି । ଏଗୁଡିକ ମଧ୍ୟରେ କ୍ୟାପିଟାଲ ରିଜିଅନ୍ ରିଙ୍ଗ ରୋଡ୍ ପ୍ରକଳ୍ପ, ଦକ୍ଷିଣ ପୂର୍ବ ରେଳବାଇର ଗୋରୁ-ମହିସାଣୀ ନୂତନ ରେଳ ଲାଇନ୍‌, ରିଲାୟନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ୪ ଜି ଭିତିକ ମୋବାଇଲ ସେବା ପ୍ରକଳ୍ପ, ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ର ଖନନ ଅନୁସନ୍ଧାନ ପ୍ରସ୍ତାବ, ସେଲ୍ ର କାଲ୍‌ଟା ଆଇରନ ଓର ଖଣି, ଓପିଟିସିଏଲ (ଙଚଞଉଖ) ର ଟ୍ରାନ୍ସମିସନ ଲାଇନ୍ ପ୍ରକଳ୍ପ, କଳ୍ୟାଣୀ ଷ୍ଟିଲ୍ ର ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଂଟ ପ୍ରସ୍ତାବ ଆଦି ଅନ୍ତର୍ଭୁକ୍ତ ।

ମହତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଜଙ୍ଗଲ ଭୂମି ବିଭାଜନ ଅନୁମୋଦନ ପ୍ରକ୍ରିୟାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ତ୍ୱରାନ୍ୱିତ କରିବାକୁ ଓ ସମସ୍ତ ମାମଲା ସକ୍ରିୟ ଭାବେ ସମାଧାନ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ସମସ୍ତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ଡିଭିଜନ ବନାଞ୍ଚଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ପର୍ଯ୍ୟାୟରେ ନିୟମିତ ନୀରୀକ୍ଷଣ ଓ ସହଯୋଗ କରି ଅନାବଶ୍ୟକ ବିଳମ୍ବ ରୋକିବା ପାଇଁ ନୋଡାଲ୍ ଅଫିସରମାନଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ। ୟୁଜର ଏଜେନସି ବା ଉପଭୋକ୍ତା ସଂସ୍ଥାମାନେ ମଧ୍ୟ ସେମାନଙ୍କର ସମସ୍ତ ଆବଶ୍ୟକ ଡକ୍ୟୁମେଂଟ, ମ୍ୟାପ ଓ ତତ୍‌ସମ୍ବନ୍ଧୀୟ ନଥି ଡିଏଫଓଙ୍କୁ ତ୍ୱରିତ ଦାଖଲ କରିବେ ଯାହା ଦ୍ୱାରା ପ୍ରକ୍ରିୟା ସମୟ କମିବ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆହୁରି କହିଥିଲେ ଯେ ଜଙ୍ଗଲ ଭୂମି ବିଭାଜନ ପ୍ରସ୍ତାବଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ଭିତରେ ପ୍ରକ୍ରିୟା କରାଯିବା ଦରକାର । ସମସ୍ତ ସମ୍ବନ୍ଧିତ ବିଭାଗ ଓ ସଂସ୍ଥାମାନଙ୍କ ସମନ୍ୱୟରେ କାମ କରି ସମୟୋପଯୋଗୀ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଉପରେ ସେ ଗୁରୁିଆରୋପ କରିଥିଲେ ।

ଏହି ବୈଠକରେ ଅତିରିକ୍ତ ପିସିସିଏଫ୍‌(ନୋଡାଲ୍‌) କେ. ମୁରୁଗେସନ୍‌, ସିସିଏଫ୍ (ନୋଡାଲ୍‌) ଏ.କେ. କର, ସ୍ୱତନ୍ତ୍ର କର୍ତବ୍ୟରତ ଅଧିକାରୀ ଓ ସ୍ୱ୍ୱତନ୍ତ୍ର ସଚିବ ଲିଙ୍ଗରାଜ ଓତା, ଓପିଟିସିଏଲ ର ସିଏମଡି ଭାସ୍କର ଜ୍ୟୋତି ଶର୍ମା, ରେଳବାଇର ମୁଖ୍ୟ ଯନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଓ ବିଭାଗୀୟ ବନ ଅଧିକାରୀ, ୟୁଜର ଏଜେନ୍ସିର ଅଧିକାରୀମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande