ଭୁବନେଶ୍ୱର,୧୩ ଅକ୍ଟୋବର (ହି.ସ.) - ନବୀନ ପଟ୍ଟନାୟକଙ୍କ ସହ ଲୋକ ଆଉ ନାହାନ୍ତି। ଲୋକ ନବୀନଙ୍କ ସହ ଥିଲେ ତାଙ୍କ ପ୍ରାର୍ଥୀ ବିଜେପିକୁ ଯାଇ ନ ଥାନ୍ତେ। ବିଜେଡିକୁ ପ୍ରାର୍ଥୀ ମିଳୁ ନାହାନ୍ତି, ବାହାର ଦଳର ଆମଦାନୀ କରିବାକୁ ବସିଲେଣି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି। ସେ କହିଛନ୍ତି ଯେ ବିଜେପି ଓ ବିଜେଡି ବଡ଼ ବେପାରୀ ଦଳ, ଆମେ ଲୋକଙ୍କ ଦଳ। କଂଗ୍ରେସ ପ୍ରାର୍ଥୀ ଆଦିବାସୀ, ସେଠି ଆଦିବାସୀଙ୍କୁ ଗୁରତ୍ୱ ଦିଆଯାଇଛି। ଆଦିବାସୀମାନେ ବିକ୍ରି ହୋଇଥିବା ଲୋକଙ୍କୁ ଘୃଣା କରନ୍ତି। ତେଣୁ ଅନୁକମ୍ପା ଆଉ କାମ ଦେବନି । ଏଆଇସିସିର ଦାୟିତ୍ୱରେ ଯେଉଁମାନେ ଅଛନ୍ତି ସେମାନେ ପ୍ରଚାର କରିବେ ବୋଲି କହିଛନ୍ତି ତାରା ବାହିନୀପତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା