ତିହିଡିରେ ଲକ୍ଷ ଲକ୍ଷ ଟଙ୍କାର ବେଆଇନ ବାଣ ମହଜୁଦ : ପୋଲିସର ଚଢ଼ାଉ ପାଇଁ ଦାବି
ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧୀନରେ ଥିବା ବିଭିନ୍ନ ଅଂଚଳରେ ବେଆଇନ ବାଣ ମହଜୁଦ ରହିଥିବା ଅଭିଯୋଗ ହୋଇଛି । ପୋଲିସ ଚଢ଼ାଉ କରି ଏହି ବେଆଇନ ବାଣସବୁକୁ ଜବତ କରିବାକୁ ସାଧାରଣରେ ଦାବି କରାଯାଇଛି ଆଗକୁ ଆସୁଛି ଦୀପାବଳି କ୍ଷ ଏହାକୁ ଲକ୍ଷ୍ୟ ରଖି ସକ୍ରିୟ ହୋଇ ଉଠିଲେଣି ବ
ତିହିଡିରେ ଲକ୍ଷ ଲକ୍ଷ ଟଙ୍କାର ବେଆଇନ ବାଣ ମହଜୁଦ : ପୋଲିସର ଚଢ଼ାଉ ପାଇଁ ଦାବି


ଭଦ୍ରକ, ୧୩ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧୀନରେ ଥିବା ବିଭିନ୍ନ ଅଂଚଳରେ ବେଆଇନ ବାଣ ମହଜୁଦ ରହିଥିବା ଅଭିଯୋଗ ହୋଇଛି । ପୋଲିସ ଚଢ଼ାଉ କରି ଏହି ବେଆଇନ ବାଣସବୁକୁ ଜବତ କରିବାକୁ ସାଧାରଣରେ ଦାବି କରାଯାଇଛି ଆଗକୁ ଆସୁଛି ଦୀପାବଳି କ୍ଷ ଏହାକୁ ଲକ୍ଷ୍ୟ ରଖି ସକ୍ରିୟ ହୋଇ ଉଠିଲେଣି ବାଣ ବିକ୍ରେତା । ତିହିଡି଼ ବ୍ଲକର ବିଭିନ୍ନ ଅଂଚଳରେ ଥିବା ଏହି ବିକ୍ରେତାମାନେ ପ୍ରଚୁର ପରିମାଣରେ ବେଆଇନ ବାଣ ଆଣି ମହଜୁଦ ରଖିଥିବା ଅଭିଯୋଗ ହେଉଛି । ଏହି ବାଣ ବିକ୍ରି କରିବାକୁ ସେମାନେ ପ୍ରଶାସନ ଠାରୁ ଲାଇସେନ୍ସ ପାଇବାକୁ ଲାଗିପଡିବେ । ଏହା ମିଳିଗଲା ପରେ ସେମାନେ ପ୍ରତିବର୍ଷ ପରି ଖୁଲମଖୁଲା ବାଣ ବିକ୍ରି କରିବେ । ଏଥିଯୋଗୁ ବାଣ ବିକ୍ରି ପାଇଁ ଥିବା ନିୟମାବଳୀ ମଧ୍ୟ ଉଲ୍ଲଙ୍ଘନ ହେବାର ଆଶଙ୍କା ଦେଖାଦେଇଛି । ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିକ୍ରେତାମାନେ ମହଜୁଦ ରଖିଥିବା ବେଆଇନ ବାଣସବୁକୁ ଜବତ କରିବାକୁ ଦାବି ହୋଇଛି । ଦିନକୁ ଦିନ ପ୍ରଦ୍ୟୁଷଣ ବଢ଼ିବାରେ ଲାଗିଥିବାରୁ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବିଶେଷତଃ ଦୀପାବଳି ସମୟରେ ବାଣ ଫୁଟାଯିବା ଯୋଗୁଁ ବାୟୁମଣ୍ଡଳ ଯଥେଷ୍ଟ ଅଧିକ ମାତ୍ରାରେ ପ୍ରଦ୍ୟୁଷିତ ହେବା ସହ ଶବ୍ଦ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇଥାଏ । ଏହାଛଡ଼ା ଅଧିକ ଶବ୍ଦ କରୁଥିବା ବାଣ ମଧ୍ୟ ହୃଦରୋଗୀଙ୍କ ପାଇଁ ବିପଦର କାରଣ ହେଉଛି । ଏହାକୁ ଦୃଷ୍ଟିରେ ରଖି ବାଣ ଉପରେ ନିୟମ ଲାଗୁ କରାଯାଇଛି । ଏପରିକି ବାଣ ଫୁଟାଇବା ସମୟରେ ସତର୍କତା ପାଇଁ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି । ମାତ୍ର ଏହି ସତର୍କତାକୁ ବେଖାତିର କରି ଦୀପାବଳି ସମୟରେ ଲୋକମାନେ ବାଣ ଫୁଟାଇବା ଯୋଗୁଁ ବହୁ ଧନ ଜୀବନ ହାନି ହେବା ସହ ପ୍ରଦ୍ୟୁଷଣ ବଢିଥାଏ । ତିହିଡି଼ ବ୍ଲକରେ ବାଣ ବିକିବା ପାଇଁ ଲାଇସେନ୍ସ ପାଇବାକୁ ଥିବା ବିକ୍ରେତାମାନେ ବାଣ ଆଣି ମହଜୁଦ ରଖିଥିବା ଜଣାଯାଇଛି । ସେହି ବିକ୍ରେତାମାନଙ୍କ ତାଲିକା ପୋଲିସ ପାଖରେ ବି ରହିଛି । ଏହି ପରିପ୍ରେକ୍ଷୀରେ ପୋଲିସ ପକ୍ଷରୁ ଚଢ଼ାଉ କରାଗଲେ ବହୁ ବେଆଇନ ବାଣ ଜବତ ହୋଇପାରନ୍ତା । ଏଥିଯୋଗୁ ଉଭୟ ପରିବେଶ ଓ ଦୀପାବଳି ସୁରକ୍ଷିତ ରହିପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି । ପ୍ରଶାସନ ପକ୍ଷରୁ ବାଣ ବିକ୍ରି ଲାଇସେନ୍ସ ଉପରେ ଲଗାମ ଦେଲେ ବିକ୍ରେତା ମାନେ ସଜାଗ ହୁଅନ୍ତେ ବୋଲି କୁହାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande