ବାରିପଦା, ୧୪ ଅକ୍ଟୋବର (ହି.ସ.)- ମୟୁରଭଞ୍ଜ ଚାନ୍ଦୁଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମ ପଞ୍ଚାୟତର ଖଡିଆଶୋଳ ଗ୍ରାମରେ ମାଟି କାନ୍ଥ ପଡି ୨ ଜଣ ଗୁରୁତର ହୋଇଛନ୍ତି। ନଣଦେଇ ଚକ୍ରଧର ରାଜ ଓ ଭାଉଜ ସୁକାନ୍ତି ଧଳ ନିଜର ପୁରୁଣା ରୋଷେଇ ଘର ପାଖରେ ସଫେଇ କାର୍ଯ୍ୟ କରୁଥିବା ବେଳେ ଅଘଟଣ ଘଟିଥିଲା। ହଠାତ୍ ରୋଷେଇ ଘର ମାଟି କାନ୍ଥଟି ଉଭୟଙ୍କ ଉପରେ ଧସି ପଡିଥିଲା। ଫଳରେ ଦୁହେଁ ଗୁରୁତର ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ସ୍ଥିତ ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଆଣି ଭର୍ତ୍ତି କରାଯାଇଛି। ନଣଦେଇ ଚକ୍ରଧର ରାଜଙ୍କ ଛାତି ଓ ଅଣ୍ଟାରେ ମାଡ ହୋଇଥିବା ବେଳେ ଭାଉଜ ସୁକାନ୍ତି ଧଳଙ୍କ ବାମ ପାର୍ଶ୍ଵ ଆଣ୍ଠୁ ମାଡ଼ ହୋଇଥିବାର ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ