ନ୍ୟାୟ ଦାବିରେ ସ୍ୱାମୀ ଘର ଆଗରେ ଧାରଣା ଦେଇଛି ସ୍ତ୍ରୀ
ମାଲକାନଗିରି, ୧୪ ଅକ୍ଟୋବର(ହି.ସ.) – ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲାଗୁଣ୍ଠି ପଂଚାୟତ ଅନ୍ତର୍ଗତ ଏମ୍‌ଭି- ୭୨ ଗାଁରେ ନିଜ ଅଧିକାର ପାଇଁ ସ୍ୱ।।ମୀ ଘର ଆଗରେ ଧାରଣା ଦେଇଛି ସ୍ତ୍ରୀ। ସୂଚନା ମୁତାବକ ଏମଭି- ୭୨ ଗ୍ରାମର ତୁଷାର ମଣ୍ଡଳଙ୍କ ପୁଅ ତାପସ ମଣ୍ଡଳ ଶିମିଳିବାଞ୍ଛା ପଂଚାୟତ ଏମଭି- ୬୧
ନ୍ୟାୟ ଦାବୀରେ ସ୍ବାମୀ ଘର ଆଗରେ ଧାରଣା ଦେଇଛି ସ୍ତ୍ରୀ


ମାଲକାନଗିରି, ୧୪ ଅକ୍ଟୋବର(ହି.ସ.) – ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲାଗୁଣ୍ଠି ପଂଚାୟତ ଅନ୍ତର୍ଗତ ଏମ୍‌ଭି- ୭୨ ଗାଁରେ ନିଜ ଅଧିକାର ପାଇଁ ସ୍ୱ।।ମୀ ଘର ଆଗରେ ଧାରଣା ଦେଇଛି ସ୍ତ୍ରୀ। ସୂଚନା ମୁତାବକ ଏମଭି- ୭୨ ଗ୍ରାମର ତୁଷାର ମଣ୍ଡଳଙ୍କ ପୁଅ ତାପସ ମଣ୍ଡଳ ଶିମିଳିବାଞ୍ଛା ପଂଚାୟତ ଏମଭି- ୬୧ ଗ୍ରାମର କୃଷ୍ଣପଦ ବିଶ୍ୱାସଙ୍କ ଝିଅ କରିସ୍ମାଙ୍କୁ କିଛି ବର୍ଷ ତଳେ ବିବାହ କରିଥିଲେ। ଏହାପରେ ଉଭୟ ମାଲକାନଗିରିରେ ଘର ଭଡ଼ା କରି ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ। ହେଲେ ଶ୍ୱଶୁର, ଶାଶୁ ଓ ପରିବାରର ଅନ୍ୟ ସଦସ୍ୟମାନେ ପୁଅ ବୋହୂ ସମ୍ପର୍କରେ ବିଭେଦ ସୃଷ୍ଟି କରି ଉଭୟଙ୍କୁ ଅଲଗା କରିଦେଇଥିଲେ। ଏହାପରେ କରିସ୍ମା ଏମ୍‌ଭି- ୭୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଏମ୍‌ଭି- ୭୯ ଥାନା ୯୮/୨୨ରେ ମାମଲା ରୁଜୁ ହେବାସହ ଅଭିଯୁକ୍ତ ତାପସ ମଣ୍ଡଳକୁ ଗିରଫ କରାଯାଇଥିଲା। ଏହା ବିରୁଦ୍ଧରେ ଅଭଯୁକ୍ତ ଉଚ୍ଚତମ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଉଚ୍ଚନ୍ୟାୟଳୟର ହସ୍ତକ୍ଷେପ ପରେ ସ୍ୱାମୀ ସ୍ତ୍ରୀଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କରିସ୍ମାଙ୍କୁ ଶ୍ୱଶୁର, ଶାଶୁ, ସ୍ୱାମୀ ତାଙ୍କୁ ସ୍ତ୍ରୀ କିମ୍ବା ବୋହୂ ମାନ୍ୟତା ନଦେବାରୁ ସେ ଏମ୍‌ଭି- ୭୨ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ପୁନର୍ବାର ବୋହୂର ମାନ୍ୟତା ପାଇଁ ଧାରଣା ଦେଇଛି। ତେବେ କରିସ୍ମାଙ୍କ ଶ୍ୱଶୁର, ଶାଶୁ ଏବଂ ନଣନ୍ଦ ଘର ଛାଡ଼ି ଫେରାର ହୋଇଯାଇଥିବାବେଳେ ଘରେ ତାଲା ଝୁଲୁଛି। ଏବଂ ସ୍ୱାମୀ ତାପସ ମଣ୍ଡଳ ବିଏସ୍‌ଏଫ୍ ଯବାନ ଭାବେ ଜାମ୍ମୁ କଶ୍ମୀରରେ କାର୍ଯ୍ୟରତ ଅଛନ୍ତି। ତେବେ ସ୍ତ୍ରୀ କରିସ୍ମା ଧାରଣା ଦେବା ସହ ପରିବାର ସହ ପୁନର୍ବାର ଏମ୍‌ଭି ୭୯ ଥାନାର ଦ୍ୱାରସ୍ଥ ହୋଇଥିବାର ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande