ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ରାଜ୍ୟର ପ୍ରମୁଖ ଶୈବପୀଠ ଆରଡ଼ି ଧାମକୁ ସଂଯୋଗ କରୁଥିବା ଭଦ୍ରକ-ଆଖଣ୍ଡଳମଣି ୩୫ ନମ୍ବର ରାଜ୍ୟ ରାଜପଥକୁ ଜାତୀୟ ରାଜପଥର ମାନ୍ୟତା ଦେବା ଦାବି କ୍ରମଶଃ ଜୋର ଧରିଛି।ଏହି ଦାବି ସହ ଏକାଧିକ ଦାବି ସମ୍ବଳିତ ଏକ ମଙ୍ଗଳବାର ବୁଦ୍ଧିଜୀବୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଛି।ଧାମନଗର ଏବଂ ଭଦ୍ରକ ଅଂଚଳର ବୁଦ୍ଧିଜୀବୀ ମାନେ ଦେଇଥିବା ଦାବିପତ୍ରରେ ଦର୍ଶାଇଛନ୍ତି ଯେ ବିଭିନ୍ନ ଦୃଷ୍ଟିରୁ ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ସଡ଼କ ଦିନକୁ ଦିନ ବ୍ୟସ୍ତବହୁଳ ହେବା ସହ ଭଦ୍ରକ ସମେତ ଯାଜପୁର ଏବଂ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ସମେତ ସହସ୍ରାଧିକ ପର୍ଯ୍ୟଟକ ଦୈନିକ ଗମନାଗମନ ପାଇଁ ନିର୍ଭର କରୁଛନ୍ତି।ଭଦ୍ରକ ସଦର ଠାରୁ ଆଖଣ୍ଡଳମଣି ହୋଇ ଚାନ୍ଦବାଲି ପର୍ଯ୍ୟନ୍ତ ରାସ୍ତାକୁ ଜାତୀୟ ରାଜପଥ ଭାବେ ମାନ୍ୟତା ଦିଆଯିବାର ଆବଶ୍ୟକତା ରହିଛି।ଦୀର୍ଘ ୪ ବର୍ଷରୁ ଅଧିକ ସମୟ ଧରି ୩୯ କୋଟି ଟଙ୍କା ଆର୍ôଥକ ମଞ୍ଜୁରୀ ରେ ଭଦ୍ରକ-ଆରଡ଼ି ମୁଖ୍ୟ ସଡକ ସମ୍ପ୍ରସାରଣ ଏବଂ ଉନ୍ନତି କାର୍ଯ୍ୟ ଚାଲୁ ରହିଥିବା ବେଳେ ଠିକା ସଂସ୍ଥାର ବେପରୁଆ ମନୋଭାବ ଯୋଗୁଁ ଏହା ଅସମ୍ପୂର୍ଣ୍ଣ ରହିବା କାରଣରୁ ଏବେ ଅତ୍ୟନ୍ତ ଶୋଚନୀୟ ସ୍ଥିତିରେ ପହଞ୍ଚିଛି।ଠିକା ସଂସ୍ଥା ଯାହା ବି କାର୍ଯ୍ୟ କରୁଛନ୍ତି ତାହାର ମାନ ନିମ୍ନମାନର।ଯେଉଁଥି ପାଇଁ ଏହାର ସ୍ଥାୟୀତ୍ୱ ଉପରେ ସନ୍ଦେହ ସୃଷ୍ଟି ହୋଇଛି।ରାସ୍ତା ପ୍ରଶସ୍ତ ପାଇଁ ତିନି ବର୍ଷ ହେଲା ହଜାର ହଜାର ଗଛ କାଟି ଦିଆଯାଇ ଥିଲେ ମଧ୍ୟ ରାସ୍ତା କିନ୍ତୁ ସେହି ପରିମାଣରେ ପ୍ରଶସ୍ତ ହେଉନାହିଁ।ରାସ୍ତା ନିର୍ମାଣରେ ଦୁର୍ନୀତି ଓ ଅନିୟମିତତା ହେଉଥିବାରୁ ଏହାର ଉପଯୁକ୍ତ ତଦନ୍ତ କରି ଠିକା ସଂସ୍ଥାର ଲାଇସେନ୍ସ ବାତିଲ କରିବା ପାଇଁ ଦାବି ହୋଇଛି।ଭଦ୍ରକ-ଆଖଣ୍ଡଳମଣି-ଚାନ୍ଦବାଲି ଜାତୀୟ ରାଜପଥ ପ୍ରକଳ୍ପକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ମଞ୍ଜୁର ଦେଇ ଏକ ହଜାର କୋଟି ଟଙ୍କାର ଆର୍ôଥକ ପ୍ରାବଧାନ କରିବା ସଙ୍ଗେ ସଙ୍ଗେ ଗେଲପୁର ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦେଇ ଆଖଣ୍ଡଳମଣି ପର୍ଯ୍ୟନ୍ତ ରାସ୍ତାକୁ ଦୋହରୀ କରଣ କରାଗଲେ ଆରଡ଼ି ଛକ ଠାରୁ ସାତଭଉଣୀ କୋର୍କରା ପର୍ଯ୍ୟନ୍ତ ରାସ୍ତା ଉଭୟ ପାର୍ଶ୍ୱରେ ଥିବା ଘର ସୁରକ୍ଷିତ ରହିବା ସହ ନୂଆ ମେଡ଼ିକାଲକୁ ଯାତାୟାତ ସହଜ ଓ ସୁବିଧା ହୋଇ ପାରନ୍ତା ବୋଲି କୁହାଯାଇଛି।ଏନେଇ ବରିଷ୍ଠ ଆଇନଜୀବୀ ଶଶୀଭୂଷଣ ପଣ୍ଡାଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କୁ ପ୍ରଦାନ କରାଯାଇଛି।ଏହି ସମୟରେ ବାମପନ୍ଥୀ ନେତା ଚନ୍ଦ୍ରଶେଖର ନାୟକ, ନାରାୟଣ ଚନ୍ଦ୍ର ବାରିକ,କଂଗ୍ରେସ ନେତା ଆଇନଜୀବୀ ରମେଶ ବେହେରା,ଆଲୋକ ସ୍ୱାଇଁ,ନିରଞ୍ଜନ ମଲ୍ଲିକ,ରଶ୍ମିରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ