ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ ସୀତାଂଶୁ
ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ଆଜି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଜିଲା ବିଧାନସଭା କାର୍ଯ୍ୟାଳୟରେ ଜନ ଶୁଣାଣୀ କରି ବିଭିନ୍ନ ଅଂଚଳରୁ ଆସିଥିବା ସାଧାରଣ ଜନତାଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଗୃହ ବିବାଦ ଠାରୁ ଆରମ୍ଭ କରି ରାସ୍ତାଘାଟ, ଜଳ ନିଷ୍କାସନ ସମସ୍ୟା ସହ ସରକାରୀ ଯୋଜନାରୁ ବଂଚିତ ହ
BHADRAK MLA LOKANKA SAMASYA BUJHILE


ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ଆଜି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଜିଲା ବିଧାନସଭା କାର୍ଯ୍ୟାଳୟରେ ଜନ ଶୁଣାଣୀ କରି ବିଭିନ୍ନ ଅଂଚଳରୁ ଆସିଥିବା ସାଧାରଣ ଜନତାଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଗୃହ ବିବାଦ ଠାରୁ ଆରମ୍ଭ କରି ରାସ୍ତାଘାଟ, ଜଳ ନିଷ୍କାସନ ସମସ୍ୟା ସହ ସରକାରୀ ଯୋଜନାରୁ ବଂଚିତ ହୋଇଥିବା ବହୁ ଲୋକଙ୍କୁ ସାକ୍ଷାତ କରି ସେମାନଙ୍କ ଅଭିଯୋଗ ମୂଳେ ଘଟଣାର ସମାଧାନ କରିବା ପୂର୍ବକ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ କର୍ତୃପକ୍ଷଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି। ଲୋକମାନଙ୍କ ଆଶା, ଆକାଂକ୍ଷା ଓ ଭରସାକୁ ସମ୍ମାନ ଦେଇ ପ୍ରତ୍ୟେକ ଅଭିଯୋଗ ଓ ଆବଶ୍ୟକତାର ସଠିକ୍ ସମାଧାନ ଦିଗରେ ବିଭାଗୀୟ ଅଧିକାରୀଙ୍କୁ ପଦକ୍ଷେପ ନେବାର ନିର୍ଦ୍ଦେଶ ବୁଦ୍ଧିଜୀବୀ ମହଲରେ ବେଶ୍ ଆଦୃତ ହୋଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande