ବରିଷ୍ଠ ବିଜେପି ନେତା ଶତ୍ରୁଘ୍ନ ମହାନ୍ତଙ୍କ ଦେହାନ୍ତ
ଘଟଗାଁ, ୧୪ ଅକ୍ଟୋବର(ହି.ସ.) – ଘଷିପୁରା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ଶତ୍ରୁଘ୍ନ ମହାନ୍ତ(୫୭)ଙ୍କର ଆଜି ଦେହାନ୍ତ ହୋଇଯାଇଛି। କଟକସ୍ଥିତ ବଡ ଡାକ୍ତରଖାନାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ସମୟରେ ପତ୍ନୀ କଳ୍ପତରୁ ପୁଅ ରାଜା ଓ ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।ସେ
ବରିଷ୍ଠ ବିଜେପି ନେତା ଶତ୍ରୁଘ୍ନ ମହାନ୍ତଙ୍କ ଦେହାନ୍ତ( ଫଟୋ)


ଘଟଗାଁ, ୧୪ ଅକ୍ଟୋବର(ହି.ସ.) – ଘଷିପୁରା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ଶତ୍ରୁଘ୍ନ ମହାନ୍ତ(୫୭)ଙ୍କର ଆଜି ଦେହାନ୍ତ ହୋଇଯାଇଛି। କଟକସ୍ଥିତ ବଡ ଡାକ୍ତରଖାନାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ସମୟରେ ପତ୍ନୀ କଳ୍ପତରୁ ପୁଅ ରାଜା ଓ ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।ସେ ଆଜମାରେ ପୀଡ଼ିତ ଥିଲେ। ଗତକାଲି ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଲୟରେ ଭର୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ଗତକାଲି ରାତିରେ କଟକ ସ୍ଥାନାନ୍ତର କରାଯାଇଥିଲା। ଦୀର୍ଘ ୩୦ ବର୍ଷ ହେବ ସେ ବିଜେପିରେ ସକ୍ରିୟ କାର୍ଯ୍ୟ କର୍ତା ଭାବେ କର୍ଯ୍ୟ କରୁଥିଲେ। ଧକୋଠା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଇଂରାଜୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ମହାନ୍ତଙ୍କ ବିୟୋଗରେ ଅଂଚଳରେ ଦୁଃଖର ଛାୟା ଖେଳିଯାଇଛି ଏ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ ବରିଷ୍ଠ ବିଜେପି ନେତା ଭଗବାନ ସାହୁ, ଯୁବ ବିଜେପି ନେତା ଯଜ୍ଞ ପ୍ରସାଦ ସାହୁ ପ୍ରମୁଖ ଶ୍ରୀ ମହାନ୍ତଙ୍କ ବାସ ଭବନରେ ପହଂଚିଶେଷ ଦର୍ଶନ କରିବା ସହ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସଂଢିଆ ଗୋଠସ୍ଥିତ ଗ୍ରାମ ଶ୍ମଶାନରେ ରାତିରେ ଶବ ସତ୍କାର କରାଯାଇ ଥିବାବେଳେ ପୁଅ ରାଜା ମହାନ୍ତ ମୁଖଗ୍ନି ଦେଇଥିବା ଜଣାପଡ଼ିଛି ।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande