ଘଟଗାଁ, ୧୪ ଅକ୍ଟୋବର (ହିସ ) - ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଘଟଗାଁ ବ୍ଳକ ସୁରୀୟ ଭିନ୍ନକ୍ଷମ ଚିହ୍ନଟ ଶିବିର ସ୍ଥାନୀୟ ବ୍ଲକ୍ ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗତ କାଲି ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଡ଼ିଓଖଗେଶ୍ୱର ବରାଳ ଏମପି ଅଖଳ ପାତ୍ର ମୁଖ୍ୟ ଅର୍ଥାତି ଭାବେ ଯୋଗ ଦେଇଥିଲେ । ଉପ ଖଣ୍ଡସାମାଜିକ ସୁରକ୍ଷା ଅଧିକାରୀ ଭୁବନେଶ୍ୱରି ମହାନ୍ତି ସନମାନ ଅଥତି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ଥିଲେ । ଶିବିରରେ ବିଭିନ୍ନ ବିଭାଗର ଡାକ୍ତର ଯୋଗଦେଇ ଭିନ୍ନ କ୍ଷମଙ୍କୁ ଚିହ୍ନଟ କରିଥିଲେ ଓ ପ୍ରମାଣ ପତ୍ର ବଂଟନ କରା ଯାଇଛି । ପଞ୍ଜିକୃତ ୨୨୨ଜଣ ଭିନ୍ନକ୍ଷମଙ୍କ ଅସ୍ଥିସଲ୍ୟ, ମାନସିକ ଅନଗ୍ରସର, ଦୃଷ୍ଟି ଶକ୍ତି, ଶ୍ରବଣ ଉପରେ ପରୀକ୍ଷା କରାଯାଇଥିଲା । ପ୍ରମାଣ ପତ୍ରପାଇଥିବା ଭିନ୍ନକ୍ଷମଙ୍କୁ ବସ ପାସ୍, ବ୍ୟାଙ୍କ ଋଣ, ନୂତନ ଘର ରାସନ କାର୍ଡ, ଭତା ପ୍ରଭୁତି ସହାୟକ ଉପକରଣ ଆଦି ସରକାର ତରଫରୁ ଯୋଗାଇ ଦିଆ ଯିବ ବୋଲି ଜଣାପଡୁଛି । ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଗୋପାଳ କୃଷ୍ଣ ବାରିକ, କନିଷ୍ଠ ସହାୟକ ବିପିନି ବିହାରୀ ଖଣ୍ଡା, ଇନଚାର୍ଜ ଜିପିଓ ସାରଙ୍ଗ ଧର ରଣାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ସହିତ ବ୍ଳକ କର୍ମଚାରୀ ଈଶ୍ୱର ଚନ୍ଦ୍ର ମହନ୍ନ ଡିଇଓ ଉମାକାନ୍ତ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଇଥିବା ବ୍ଳକ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ