ଭୁବନେଶ୍ୱର, ୧୪ ଅକ୍ଟୋବର (ହି.ସ.)- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର କମିଶନର ତଥା ଏକାମ୍ର ପ୍ରକଳ୍ପର ନୋଡାଲ ଅଫିସର ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଏକାମ୍ର ପ୍ରକଳ୍ପ ଅଗ୍ରଗତି ସଂପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପାର୍କିଂ, ରାସ୍ତାଘାଟ, ଷ୍ଟ୍ରିଟ୍ ଲାଇଟ୍, ଜମି ଅଧିଗ୍ରହଣ ଏବଂ ପ୍ରକଳ୍ପର ଅନ୍ୟାନ୍ୟ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବିଏମ୍ ସିର ଅତିରିକ୍ତ କମିଶନର, ଭୁବନେଶ୍ୱର ଉପଜିଲ୍ଲାପାଳ, ଓବିସିସି ମୁଖ୍ୟଯନ୍ତ୍ରୀ ଓ ସାଧାରଣ ପରିଚାଳକ, ଲିଙ୍ଗରାଜ ମନ୍ଦିର ପ୍ରଶାସନର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଏଏସ୍ଆଇର ପ୍ରତିନିଧି ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା