କେନ୍ଦୁଝର, ୧୪ ଅକ୍ଟୋବର (ହି.ସ.) - ବଡବିଲ ପୁରୁଣା ବସଷ୍ଟାଣ୍ଡ ଅଂଚଳରେ ଥୂବା ଯାତ୍ରୀ ପ୍ରତୀକ୍ଷାଳୟ ଦୀର୍ଘ ଦିନ ଧରି ଅପରିଷ୍କାର ଅବସ୍ଥାରେ ରହିଆସୁଥିଲା। ଜନସାଧାରଣ ପାଇଁ ନିର୍ମିତ ଏହି ସୁବିଧାକେନ୍ଦ୍ର ବିତିତ ମାସଗୁଡିକ ଧରି ଅସାଧୁ ବ୍ୟକ୍ତିମାନଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇପଡ଼ିଥିଲା । ସେଠାରେ ମଦପାନ, ଧୁମ୍ରପାନ ଓ ଅସାଧୁ କାର?୍ୟ୍ୟକଳାପ ଚାଲିଥିବା ଅଭିଯୋଗ ନେଇ ସ୍ଥାନୀୟ ଲୋକ ଓ ଯାତ୍ରୀମାନେ ଦୀର୍ଘ ଦିନ ଧରି ଅସନ୍ତୋଷ ପ୍ରକାଶ କରୁଥିଲେ।
ସାଧାରଣ ଲୋକଙ୍କ ଅଭିଯୋଗ ମିଳିବା ପରେ ବଡବିଲ ପୌରନିର୍ବାହୀ ଅଧୂକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଆଜି ପରିଦର୍ଶନ କରି ଅବସ୍ଥାର ନିରୀକ୍ଷଣ କରିଛନ୍ତି। ନିରୀକ୍ଷଣ ସମୟରେ ସେ ଯାତ୍ରୀ ପ୍ରତୀକ୍ଷାଳୟ ଭିତରେ ଥିବା ଅପରିଷ୍କାର ପରିସ୍ଥିତି, ଭଙ୍ଗା ଫର୍ନିଚର ଓ ଅନିୟମିତତା ଦେଖୁ ଅସନ୍ତୋଷ ପ୍ରକାଶ କରିଥିଲେ । ସେ ସ୍ଥୁଳରେ ଥିବା ପୌରକର୍ମଚାରୀ ଓ ସଫାଇ କର୍ମଚାରୀଙ୍କୁ ତୁରନ୍ତ ସଫାସୁତରା କାମ ଆରମ୍ଭ କରିବା ପାଇଁ ନିର୍ଦେଶ ଦେଇଛନ୍ତି।
ଏହାସହିତ ସେ ସ୍ପଷ୍ଟ କରିଛନ୍ତି ଯେ, ଯାତ୍ରୀ ପ୍ରତୀକ୍ଷାଳୟ ଜନସାଧାରଣଙ୍କ ସୁବିଧା ପାଇଁ ନିର୍ମିତ, ଏହାକୁ ଅସାଧୁ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯିବ ନାହିଁ । ପୌରପାଳିକା ଦ୍ୱାରା ସେଠାରେ ସିସି କ୍ୟାମେରା ଲଗାଇବା ଓ ନିୟମିତ ନିରୀକ୍ଷଣ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ସ୍ଥାନୀୟ ଲୋକ ଓ ଯାତ୍ରୀମାନେ ଏହି ପଦକ୍ଷେପକୁ ସ୍ୱାଗତ କରି ଆଶାବ୍ୟକ୍ତ କରିଛନ୍ତି ଯେ, ପୌରପାଳିକାଙ୍କ ହସ୍ତକ୍ଷେପ ପରେ ବସଷ୍ଟାଣ୍ଡ ଅଂଚଳ ପୁନଃ ଶୃଙ୍ଖଳିତ ଓ ସୁସଂଗଠିତ ହେବ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA