ସମ ହସ୍ପିଟାଲ୍‌ର ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରୋ ଇଣ୍ଡିଆନ୍ ଜର୍ନାଲ ଅଫ୍ ର‌୍ୟୁମାଟୋଲଜି ଦ୍ୱାରା ସମ୍ମାନିତ
Bhubaneswar, 14 ଅକ୍ଟୋବର (ହି.ସ.) ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଦ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ରୋଙ୍କୁ ଇଣ୍ଡିଆନ୍ ଜର୍ନାଲ ଅଫ୍ ର‌୍ୟୁମାଟୋଲଜି ପକ୍ଷରୁ ସମ୍ମାନିତ କରାଯାଇଛି । ଆଇଏମ୍‌ଏସ୍ ଆଣ୍ଡ
ସମ ହସ୍ପିଟାଲ୍‌ର ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ରୋ ଇଣ୍ଡିଆନ୍ ଜର୍ନାଲ ଅଫ୍ ର‌୍ୟୁମାଟୋଲଜି ଦ୍ୱାରା ସମ୍ମାନିତ


Bhubaneswar, 14 ଅକ୍ଟୋବର (ହି.ସ.)

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଦ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ପ୍ରଦୀପ୍ତ ଶେଖର ପାତ୍ରୋଙ୍କୁ ଇଣ୍ଡିଆନ୍ ଜର୍ନାଲ ଅଫ୍ ର‌୍ୟୁମାଟୋଲଜି ପକ୍ଷରୁ ସମ୍ମାନିତ କରାଯାଇଛି ।

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର କ୍ଳିନିକାଲ୍ ଇମ୍ୟୁନୋଲୋଜି ଏବଂ ର‌୍ୟୁମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପାତ୍ରୋଙ୍କୁ ନୂଆ ଦିଲ୍ଲୀ ଠାରେ ୪ ଦିନ ଧରି ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ର‌୍ୟୁମାଟୋଲଜି ପକ୍ଷରୁ ଆୟୋଜିତ ନ୍ୟାସ୍‌ନାଲ୍ ର‌୍ୟୁମାଟୋଲଜି କନଫରେନ୍ସ ‘ଇରାକନ୍ ୨୦୨୫’ ଅବସରରେ ଦ୍ୱିତୀୟ ଶ୍ରେଷ୍ଠ ଅରଜିନାଲ ରିସର୍ଚ୍ଚ ପେପର ଆୱାର୍ଡରେ ସମ୍ମାନିତ କରାଯାଇଛି ।

ପ୍ରଫେସର ପାତ୍ରୋଙ୍କର ଇମ୍ୟୁନୋଲଜି ଏବଂ ର‌୍ୟୁମାଟୋଲଜି ଚିକିତ୍ସା ଏବଂ ରୋଗୀ ସେବା କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ଏବଂ ସଫଳତା ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande