ବଲାଙ୍ଗୀର, ୧୪ ଅକ୍ଟୋବର(ହି.ସ.) – ସୁଲିଆ କନ୍ଧ ବିଦ୍ୟାପୀଠ, ପୁରୁଣାପାଣି ଠାରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ୨୦୨୫ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ସୁଲିଆ କନ୍ଧ ବିଦ୍ୟାପୀଠ ପୁରୁଣାପାଣି ପ୍ରଧାନ ଶିକ୍ଷକ କଳ୍ପ କୁମାର ସାହୁ ସଭାପତିତ୍ୱରେ ସଭାକାର୍ଯ୍ୟ ହୋଇ ମୁଖ୍ୟଅତିଥି ଜାନକୀ ସାହୁ ସରପଂଚ ମୁକୁନ୍ଦପୁର, ମୁଖ୍ୟବକ୍ତା ଦୟାନିଧି ଖମାରୀ ଅଧ୍ୟକ୍ଷ ପଂଚାୟତ ସମିତି ଦେଓଗାଁ, ସମ୍ମାନିତ ଅତିଥି ସୁଶ୍ରୀ ସୂର୍ଯ୍ୟକାନ୍ତି ଛତ୍ରିଆ ଉପାଧ୍ୟକ୍ଷା ପଂଚାୟତ ସମିତି ଦେଓଗାଁ, ଅନ୍ୟତନ ଅତିଥି ଅଭିମନ୍ୟୁ ମାଝି ସମିତି ସଭ୍ୟ ମୁକୁନ୍ଦପୁର, ବିଶେଷ ଅତିଥି ମୟ ପ୍ରଧାନୀ ପ୍ରତିଷ୍ଠାତା ସୁଲିଆ କନ୍ଧ ବିଦ୍ୟାପୀଠ ପୁରୁଣାପାଣି, ସିଆରସିସି ବିରେନ୍ଦ୍ର ପଧାନ ପ୍ରମୁଖ ମଂଚାସିନ ଥିଲେ। ସୌମେନ୍ଦ୍ର ପଟ୍ଟନାୟକ ସହକାରୀ ଶିକ୍ଷକ ହିଲ୍ଲିମାଲ, ସଭା ପରିଚାଳନା କରିଥିବା ବେଳେ ନିରୋଜ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସୁରଭି ୨୦୨୫ କାର୍ଯ୍ୟକ୍ରମକୁ ଚକ୍ରଧର ମଲ୍ଲିକ ସଭାପତି ଉଦ୍?ଘାଟନ କରିଥିଲେ। ମୁକୁନ୍ଦପୁର ଆଂଚଳିକ ଧାଦନା କେନ୍ଦ୍ର ର ୧୧ଟି ବିଦ୍ୟାଳୟର ଜୁନିୟର/ସିନିୟର ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। କୃତି ପ୍ରତିଯୋଗିଙ୍କୁ ପୁରସ୍କାର ବିତରଣ କରାଗଲା ଓ ୧୧ଟି ବିଦ୍ୟାଳୟର ଛାତ୍ର, ଶିକ୍ଷକ, ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ। ସହଯୋଗ କରିଥିଲେ ହିର୍ଲିମାଲ ଗ୍ରାମବାସୀ ବୃନ୍ଦ। ବିଶେଷ ସହଯୋଗୀ ଦିଲିପ କୁମାର ତ୍ରିପାଠି, ଅଶୋକ କୁମାର ସେଠ, ଶ୍ରୀଧର କର୍ମି, କବିତା ମାହାରୀ, ଦିପ୍ତିପାଣି ସାହୁ, ଆସ୍ଥା ସାହୁ, ସୁରମା ଭୋଇ, ସିବାର୍ଷ ରଥ, ଉମାକାନ୍ତ ସାହୁ, ପ୍ରମୋଦ ପଟେଲ, ଦିଲିପ କଲତା, ରାଜେଶ ପଟେଲ, ବୈଲୋଚନ ପଧାନ, ବିଭୁତି ଭୂଷଣ ପଟେଲ, ଜୟଦେବ ବିଶି, ପୁଷ୍ପିରାଜ ସୁନା ପ୍ରମୁଖ ତତ୍ୱାବଧାକ ଶିକ୍ଷକ ଭାବେ ଉପସ୍ଥିତ ଥିଲେ। ପୂର୍ଣ୍ଣ ସହଯୋଗ କରିଥିଲେ ପରମେଶ୍ୱର ନାଏକ କରିଥିଲେ। ବିଲୁପ୍ତ କଳା ସଂସ୍କୃତି କୁ ବଂଚାଇ ରଖିବା, ଗୁଣାତ୍ମକ ଶିକ୍ଷା ହିଁ ବିକାଶ ର ମୂଳମନ୍ତ୍ର ମଂଚାସିନ ଅତିଥି ମତବ୍ୟକ୍ତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ