ମୁଖୀଗୁଡ଼ା, ୧୪ ଅକ୍ଟୋବର(ହି.ସ.) – ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମିଳୁନି ତଥ୍ୟ ଓ ଜଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ଗ୍ରମ୍ୟ ଜଳଯୋଗାଣ ଏବଂ ପରିମଳ ବିଭାଗରେ ଆର୍ôଥକ ବର୍ଷ ୨୦୨୧ରୁ ୨୦୨୫ ମଧ୍ୟରେ ଏସ୍ଏଫ୍ସି ଏବଂ ସିଏଫ୍ସିରେ କେଉଁ କେଉଁ କାମ କେତେ ଅଟକଳ ମୂଲ୍ୟ ସହିତ କାମ କରାଯାଇ ଥିବା ଯାଗାର ତଥ୍ୟ ସୂଚନା ଅଧିକାର କର୍ମୀ ଶ୍ରୀପତି ଯୋଶୀ ସୂଚନା ଅଧିକାର ଆଇନ ଅନୁଯାୟୀ ମାଗିଥିଲେ ହେଁ ତାଙ୍କୁ ତଥ୍ୟ ନମିଳିବାରୁ ବାଧ୍ୟହୋଇ ସୂଚନା କମିଶନ ନିକଟରେ ଅପିଲ କରିଛନ୍ତି। ଯଦି କାମ ହୋଇଛି, ଟଙ୍କା ଆସିଛି ସମସ୍ତ କାଗଜପତ୍ର ଠିକ ଅଛି ତେବେ ତଥ୍ୟ ଦେବାରେ କାହିଁକି ଅସୁବିଧା ହେଉଛି ବୋଲି ପ୍ରଶ୍ନ ଉଠିଛି। ସୂଚନା ତ ମିଳୁନି ଏହି ବିଭାଗରେ ବଦଳି ନିୟମ ମଧ୍ୟ ଲାଗୁ ହେଉନାହିଁ। ଅନ୍ୟ ବିଭାଗର କର୍ମଚାରୀ ବଦଳି ହୋଇଥିଲେ ହେଁ ଜୟପାଟଣା ବ୍ଲକରେ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗରେ ବହୁ ବର୍ଷ ଧରି କାର୍ଯ୍ୟ କରୁଥିବା ଯନ୍ତ୍ରୀଙ୍କ ବଦଳି ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟ ପକ୍ଷରେ ଏହି ବିଭାଗରେ ଖୋଦ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଦୁର୍ନୀତିରେ ସଂଶ୍ଲିଷ୍ଟ ରହି ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହେଉଛି। ସୂଚନା ଅଧିକାର ଆଇନ ଲାଗୁ ହେବାର ବହୁ ବର୍ଷ ପରେ ମଧ୍ୟ ଠିକ ସମୟରେ ସୂଚନା ନମିଳିବା ବ୍ୟାପକ ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର/ନିହାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ନିହାର