ଭଦ୍ରକ, ୧୪ ଅକ୍ଟୋବର (ହି.ସ.) - ଗତକାଲି ରାତିରେ ଏହି ଜିଲାର ଧାମନଗର-ଚୂଡ଼ାକୁଟି ରାସ୍ତାର ରାହାପିତା ଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଏବଂ ଜଣେ ଗୁରୁତର ଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଦକ୍ଷିଣବାଡ଼ ଗ୍ରାମର ଚନ୍ଦନ ଜେନା ଏବଂ ଦଶନ୍ଧିକୁଳ ଗ୍ରାମର ସ୍ମୃତିରଞ୍ଜନ ଜେନା ଏକ ବାଇକ ଯୋଗେ ଧାମନଗର ରୁ ଚୂଡ଼ାକୁଟି ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛ ସହିତ ଧକ୍କା ହୋଇଥିଲା। ଏହା ଦେଖି ପଥଚାରି ମାନେ ତୁରନ୍ତ ଥାନାକୁ ଜଣାଇବା ପରେ ପିସିଆର ଗାଡି ତୁରନ୍ତ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ଦକ୍ଷିଣବାଡ଼ ଗ୍ରାମର ଚନ୍ଦନ ଜେନାଙ୍କୁ ମୃତ ଘୋଷଣା କରିଥିବା ବେଳେ ତାଙ୍କ ବନ୍ଧୁ ସ୍ମୃତିରଞ୍ଜନ ଜେନାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ