କେନ୍ଦୁଝର, ୧୪ ଅକ୍ଟୋବର (ହି.ସ.)- ଆଜି କେନ୍ଦୁଝର ଜିଲ୍ଲା ସମିତି ସଭ୍ୟ/ ସଭ୍ୟା ସଂଘ ପକ୍ଷରୁ ସାତ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଦାବି ଗୁଡ଼ିକ ହେଲା ଜିଲ୍ଲା ମୁଖ୍ୟାଳୟରେ ପଞ୍ଚାୟତ ଭବନ ନିର୍ମାଣ, ସଭ୍ୟ ସଭ୍ୟାଙ୍କୁ ଆଗୁଆ ମାସିକ ସିଟିଂ ଭତା, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଭାଗିଦାରୀ, ନିୟମିତ ପଞ୍ଚାୟତ ସମିତି ବୈଠକ, ପ୍ରତି ପଞ୍ଚାୟତକୁ ଡିଏମଏଫ୍ ପାଣ୍ଠି ପ୍ରଦାନ, ମୃତ ସଭ୍ୟ ସଭ୍ୟାଙ୍କ ମୃତ୍ୟୁରେ ଡିଏମଏଫ୍ ପାଣ୍ଠିରୁ ସହାୟତା ପ୍ରଦାନ ଆଦି ଦାବିପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ସଭାପତି ବସନ୍ତ କୁମାର ସାହୁ, ଜିଲ୍ଲା ସମ୍ପାଦକ ବିରଞ୍ଚି ନାରାୟଣ ବେହେରାଙ୍କ ନେତୃତ୍ବରେ ବହୁ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA