ଜୟପୁର, ୧୪ ଅକ୍ଟୋବର (ହି.ସ.)- କୋରାପୁଟ ଜିଲା ବୈପାରିଗୁଡା କୋଟା ବ୍ରିଜ ସୁରକ୍ଷା ମଞ୍ଚ ତରଫରୁ ଆଜି ଜୟପୁର ଉପ ଜିଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ମଞ୍ଚର ସଦସ୍ୟ ମାନେ ଜୟପୁର ଉପ ଜିଲାପାଳଙ୍କ କାଯ୍ୟାଳୟରେ ପହଞ୍ଚି ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡିଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ୭ ଦିନ ଭିତରେ ପାତ୍ରପୁଟ ବ୍ରିଜର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ ନକଲେ ପାତ୍ରପୁଟ ବ୍ରିଜ ଉପରେ ରାସ୍ତା ଅବରୋଧ କରିବାକୁ କେଶବ ଗୌରି ଦାସ, କୃଷ୍ଣ କେଶବ ଷଡଙ୍ଗୀ,ବିଶ୍ୱ ଜିତ ନାୟକ, ଜଗନ୍ନାଥ ରାଉତ, ସନ୍ତୋସ ପଟ୍ଟନାୟକ, ସତ୍ୟ ନାରାୟଣ ସାହୁ, ହେମନ୍ତ ଖେମୁଣ୍ଡୁ, ସଦନ ବିଷୋୟୀ ପ୍ରମୁଖ ଚେତାବନୀ ଦେଇଛନ୍ତି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ୧୯୩୧ ମସିହାରେ ସ୍ଥାପିତ ବ୍ରିଟଶ୍ ଅମଳର ଜୟପୁର ଓ ବୈପାରିଗୁଡା ମଧ୍ୟରେ କୋଲାବ ନଦୀ ଉପରେ ଅବସ୍ଥିତ ଲୁହା ବ୍ରିଜର ଅବସ୍ଥା ଅତ୍ୟନ୍ତ ଶୋଚନିୟ ହୋଇ ପଡିଛି । ଉକ୍ତ ବ୍ରିଜ ଦେଇ ଆନ୍ଧ୍ର, ଛତିଶଗଡ, ମାଲକାନଗିରି ଏବଂ ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର, ଗୁପ୍ତେଶ୍ୱର ପୀଠକୁ ହଜାର ହଜାର ସଂଖ୍ୟାରେ ଗାଡି ଦୈନିକ ଯାତାୟାତ କରୁଛି । ବ୍ରିଜର କେତେବେଳେ ଅଘଟଣ ଘଟିବ କହି ହେବ ନାହିଁ । ଜନ ସାଧାରଣ ମଧ୍ୟ ବ୍ରିଜ ଦେଇ ଯାତାୟାତ ଆଦି କଷ୍ଟକର ହୋଇ ପଡୁଛି । ପ୍ରଶାସନ ଉକ୍ତ ବିଷୟ ନେଇ ଅବଗତ ଥିଲେ ମଧ୍ୟ ବ୍ରିଜ ର ସୁରକ୍ଷା ନିମନ୍ତେ କୌଣସି ଦୃଷ୍ଟାନ୍ତମୁଳକ ପଦକ୍ଷେପ ନେଉ ନାହାନ୍ତି । ପାତ୍ରପୁଟ ବ୍ରିଜ ଏକ ଐତିହ୍ୟ ତେଣୁ ସେହି ବ୍ରିଜକୁ ପର୍ଯ୍ୟଟନସ୍ଥଳି ଭାବେ ବ୍ୟବହାର କରାଯାଉ । ନିକଟରେ ଏକ ବ୍ରିଜ କରିବାକୁ ଦାବି କରାଯାଇଛି । ଏନେଇ ଜାତିୟ ରାଜପଥ ବିଭାଗକୁ ଅବଗତ କରାଇଲେ ବ୍ରିଜ ଠିକ ଅଛି ବୋଲି ଉତ୍ତର ଦେଉଛନ୍ତି । ବର୍ତମାନ ଉକ୍ତ ରାସ୍ତା ଜାତୀୟ ରାଜପଥ ମାନ୍ୟତା ପାଇଛି । ତେଣୁ ନୂତନ ବ୍ରିଜ ନିର୍ମାଣ କରିବାକୁ ଦାବି କରାଯାଇଛି । ବିଗତ ଦିନରେ ଜାତୀୟ ରାଜପଥ ବିଭାଗ ବ୍ରିଜ ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ । ତାହା ବନ୍ଦ ହୋଉଛି । ଉକ୍ତ ବ୍ରିଜ ଦେଇ କେନ୍ଦୁପତ୍ର ବୋଝେଇ ଟ୍ରକ ଯାତାୟାତ କରୁଛି । କ୍ଷମତା ଠାରୁ ଆଧିକ ଟ୍ରକ ରେ ପତ୍ର ଲୋଡ କରି ଅଣାଯାଉଛି । ଫଳରେ ବ୍ରିଜରେ କେନ୍ଦୁ ପତ୍ର ବୋଝେଇ ଟ୍ରକ ଲାଗି ଯାଉଛି । ବ୍ରିଜର ମଧ୍ୟ ଭାଗରେ ଗ ସୃଷ୍ଟି ହୋଇଛି । ୧୧ ଫୁଟ ଓସାର ଥିବା ବ୍ରିଜ ଗୋଟିଏ ଗାଡି ଗଲେ ଅନ୍ୟ ଏକ ଗାଡି ଅପେକ୍ଷା କରିବାକୁ ପଡୁଥିବା ଆଦି ଅଭିଯୋଗ କରାଯାଇଛି । ବ୍ରିଜ କଲକାତାର ପ୍ରସିଦ୍ଧ ହାୱଡା ବ୍ରିଜର ଅବିକଳ ନକଲ ଭାବେ ପରିଚିତ ଥିଲା। ବର୍ତ୍ତମାନ ଏହି ବ୍ରିଜ ଅତ୍ୟନ୍ତ ଜରାଜିର୍ଣ୍ଣ ଅବସ୍ଥାକୁ ପହଞ୍ଚିଛି। ତା' ସହିତ ଆପ୍ରୋଚ ରାସ୍ତା ମଧ୍ୟ ଖାଲଖମା ହୋଇପଡ଼ିଛି। ଏହା ଫଳରେ ପ୍ରତିଦିନ ଏହି ବ୍ରିଜ ଦ୍ୱାରା ଯାତାୟାତ କରୁଥିବା ସାଧାରଣ ଲୋକ, ଛାତ୍ରଛାତ୍ରୀ ଓ ବିଭିନ୍ନ ଯାନବାହନ ଚାଳକମାନଙ୍କ ଜୀବନ ବିପଦପୁର୍ଣ୍ଣ ରହିଛି ।ଏହି ପରିସ୍ଥିତି ଦେଖି କୋଟା ବ୍ରିଜ ସୁରକ୍ଷା ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳ ଜୟପୁରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ୧୯୩୧ ମସିହାରେ ନିର୍ମିତ ଏହି ପୁରୁଣା ବ୍ରିଜ ବର୍ତ୍ତମାନ ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ଅଛି ଓ ଯେକୌଣସି ସମୟରେ ଦୁର୍ଘଟଣ। ଘଟିପାରେ। ଦାବିପତ୍ରରେ ଏହା ମଧ୍ୟ ଉଲ୍ଲେଖ ହୋଇଛି ଯେ, ଏପରି ଜରାଜିର୍ଣ୍ଣ ବ୍ରିଜ ଉପରେ ଲୋକମାନେ ଯାତାୟାତ କରିବା ଦ୍ୱାରା ଯଦି କୌଣସି ଅପ୍ରିୟ ଘଟଣା ଘଟେ, ତେବେ ତାହା ପାଇଁ କିଏ ଦାୟୀ ରହିବ ଏହାର ଉତ୍ତର ପ୍ରଶାସନ ଦେବା ଆବଶ୍ୟକ। ତେଣୁ ଯୁଦ୍ଧକାଳୀନ ଭିତିରେ ବ୍ରିଜର ନବୀକରଣ କାର୍ଯ୍ୟ କିମ୍ବା ନୂଆ ବ୍ରିଜ ନିର୍ମାଣ ଆରମ୍ଭ କରିବାକୁ ସରକାରୀ ପକ୍ଷରୁ ପଦକ୍ଷେପ ନେବା ଆବଶ୍ୟକ।ମଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଆଗାମୀ ସାତ ଦିନ ମଧ୍ୟରେ ଯଦି ବ୍ରିଜର ନବୀକରଣ କାମ ଆରମ୍ଭ ନହୁଏ, ତେବେ ସେମାନେ ଆନ୍ଦୋଳନର ପନ୍ଥା ଆପଣେଇବେ ବୋଲି ଲିଖିତ ଭାବରେ ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି