ଜିଲ୍ଲା ସ୍ତରୀୟ ପୋଷଣ ମାସ -୨୦୨୫ ପାଳିତ
ଖୋର୍ଦ୍ଧା, ୧୪ ଅକ୍ଟୋବର (ହି.ସ.)- ସେପ୍ଟେମ୍ବର ୧୭ ତାରିଖରୁ ବିଭିନ୍ନ ବ୍ଲକ, ଅଙ୍ଗନୱାଡ଼ି କେନ୍ଦ୍ର, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ମାନଙ୍କରେ ପାଳନ କରାଯାଇ ଆସୁଥିବା ପୋଷଣ ମାସ -୨୦୨୫ ଉପଲକ୍ଷେ ଆଜି ଏକ ସାଧାରଣ ସଭା ଓ ବିଭିନ୍ନ ପୁଷ୍ଟିକର ଓ ପୋଷଣ ଖାଦ୍ୟ ପ୍ରଦର୍ଶନୀ ଜିଲ୍ଲାପାଳଙ୍କ କାର
Posana


ପୋଷଣ


ଖୋର୍ଦ୍ଧା, ୧୪ ଅକ୍ଟୋବର (ହି.ସ.)- ସେପ୍ଟେମ୍ବର ୧୭ ତାରିଖରୁ ବିଭିନ୍ନ ବ୍ଲକ, ଅଙ୍ଗନୱାଡ଼ି କେନ୍ଦ୍ର, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ମାନଙ୍କରେ ପାଳନ କରାଯାଇ ଆସୁଥିବା ପୋଷଣ ମାସ -୨୦୨୫ ଉପଲକ୍ଷେ ଆଜି ଏକ ସାଧାରଣ ସଭା ଓ ବିଭିନ୍ନ ପୁଷ୍ଟିକର ଓ ପୋଷଣ ଖାଦ୍ୟ ପ୍ରଦର୍ଶନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାସହ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମିଶନ ଶକ୍ତି ମା, ସୁଭଦ୍ରା ମା ମାନଙ୍କ ଦ୍ଵାରା ପ୍ରସ୍ତୁତ ଉଚ୍ଚ କୋଟୀର ପୋଷଣ ଓ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ବୁଲି ଦେଖିବାସହ ଭୂୟସୀ ପ୍ରଶଂସା କରିଥିଲେ l ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କାହିଲେଯେ ପୋଷଣ ମାସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ମହତ କାର୍ଯ୍ୟକ୍ରମ ଓ ଯୋଜନା ହୋଇଥିବା ବେଳେ ଜିଲ୍ଲାର ସମସ୍ତ ଶିଶୁ, ମାତୃ ଓ କିଶୋରୀ ମାନଙ୍କ ପୁଷ୍ଟିକର ଖାଦ୍ୟ ଖାଇବାର ଆବଶ୍ୟକତାକୁ ପ୍ରୋତ୍ସାହନ ଦେବା ସହ ପୁଷ୍ଟି ହୀନତା ଦୂରକରିବା ଓ ବ୍ୟାପକ ଜନସଚେତନତା ସୃଷ୍ଠି କରିବାରେ ସହାୟକ ହେବ l ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଡାକ୍ତର ଇନ୍ଦିରା ରଥ, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ କାର୍ଯ୍ୟକ୍ରମ ପରିଚାଳିକା ସୌଦାମିନୀ ଦାସ, ଅନୁପମା ଭୋଇ, ଦେବକୀ ସାହୁ, ନଳିନୀ ଗିରୀ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ପୋଷଣ ମାସର ସଫଳତା, ଆବଶ୍ୟକତା ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ସିଡିପିଓ, ଅଙ୍ଗନୱାଡ଼ି ପରିଚାଳିକା, ଆଶା କର୍ମୀ, ବିଦ୍ୟାଳୟ ଛାତ୍ର ଛାତ୍ରୀ ଏବଂ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande